ଏସ୍‌ସିବିରୁ ପିଲା ଚୋରି ଘଟଣା, ମହିଳାଙ୍କ ସମେତ ୩ ଅଟକ

କଟକ: ଏସ୍‌ସିବିରୁ ପିଲା ଚୋରି ଘଟଣା । ପିଲା ଚୋରି କରୁଥିବା ମହିଳାଙ୍କ ସମେତ ଅନ୍ୟ ୨ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ । କିଭଳି ଓ କେଉଁ ପରିସ୍ଥିତିରେ ପିଲା ଚୋରି ହେଲା ପୁରା ଘଟଣାର ତଦନ୍ତ କରାଯାଉଛି ବୋଲି ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ଡିସିପି ପିନାକ ମିଶ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ପିଲା ଚୋରି କରୁଥିବା ମହିଳା ଜଣଙ୍କ ଦାଖଲ କରିଥିବା ସମସ୍ତ  ଡକ୍ୟୁମେଣ୍ଟ ଫର୍ଜରୀ ବୋଲି ଜଣାପଡିଛି ।ତେବେ ଫର୍ଜରୀ ଡକ୍ୟୁମେଣ୍ଟ କିଭଳି ପ୍ରସ୍ତୁତ ହେଲା, ପୁରା ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ତାର ଖୋଳତାଡ ଚାଲିଛି । ଘଟଣାରେ ଯାହାର ବି ସମ୍ପୃକ୍ତି ସାମ୍ନାକୁ ଆସିବ ତା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ପିଲା ଚୋରି ନେଇ ମଙ୍ଗଳବାଗ ଥାନରେ ଏକ ମାମଲା ରୁଜୁ ହୋଇଛି । ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରୁଛି ।