କୋଇଡା, ୨୫/୯: ରାଉରକେଲାରୁ କୋଇଡା ଅଭିମୁଖେ ଯାଉଥିବା ବେଳେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଲିଙ୍ଗରାଜ ନାମକ ଏକ ଘରୋଇ ବସକୁ ଧକ୍କା ଦେଇଥିଲା ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍। ଭୟଙ୍କର ଦୁର୍ଘଟଣା ଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି।
ଗୁରୁବାର ସୁନ୍ଦରଗଡ଼ ଜିଲ୍ଲାର କେ ବଲାଙ୍ଗ ଥାନା ସୀମା ଅନ୍ତର୍ଗତ କୋଇଡା ବ୍ଲକ ଅଞ୍ଚଳରେ ଜାତୀୟ ରାଜପଥ ନମ୍ବର ୫୨୦ରେ ଏହି ଦୁର୍ଘଟଣା ଘଟିଛି।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବସ୍ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଖବର ପାଇ ପୋଲିସ ଏବଂ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।