ସମ୍ବଲପୁର ମଣ୍ଡଳ ଦ୍ୱାରା “ସ୍ୱଚ୍ଛତା ହିଁ ସେବା” ଅଭିଯାନ ଅବସରରେ ଶ୍ରମଦାନ ଆୟୋଜନ

ଦୈନନ୍ଦିନ ଜୀବନରେ ସ୍ୱଚ୍ଛତାକୁ ଅଭ୍ୟାସ ଭାବରେ ଗ୍ରହଣ କରିବାକୁ ଅନୁରୋଧ

ସମ୍ବଲପୁର, ୨୫/୦୯: ଦେଶବ୍ୟାପୀ “ସ୍ୱଚ୍ଛତା ହିଁ ସେବା – ୨୦୨୫” ଅଭିଯାନର ଅଂଶ ସ୍ୱରୂପ, ପୂର୍ବ ତଟ ରେଳପଥର ସମ୍ବଲପୁର ମଣ୍ଡଳ ର ଡିଭିଜନIଲ୍ ରେଳ ହସ୍ପିଟାଲ, ରେଳନଗର, ସମ୍ବଲପୁର ପରିସରରେ ଏକ ବିଶାଳ ଶ୍ରମଦାନ (ଏକ ଦିନ, ଏକ ଘଣ୍ଟା, ଏକ ସାଥ) ଅଭିଯାନ ଆୟୋଜନ କରାଯାଇଥିଲା।

ମଣ୍ଡଳ ରେଳ ପ୍ରବନ୍ଧକ, ସମ୍ବଲପୁର, ଶ୍ରୀ ସୁବାଷ ଚନ୍ଦ୍ର ଚୌଧରୀ, ଶ୍ରମଦାନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ, ବ୍ୟକ୍ତିଗତ ଭାବରେ ସଫେଇ କାର୍ଯ୍ୟରେ ନିୟୋଜିତ ହୋଇ କର୍ମଚାରୀ ଏବଂ ସ୍ୱେଚ୍ଛାସେବକମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ସେ ସମସ୍ତ ଅଂଶୀଦାରଙ୍କୁ ଅଭିଯାନ ସମୟ ପରେ ମଧ୍ୟ ସମାନ ପ୍ରୟାସ ଜାରି ରଖିବାକୁ ଏବଂ ଦୈନନ୍ଦିନ ଜୀବନରେ ସ୍ୱଚ୍ଛତାକୁ ଏକ ନିୟମିତ ଅଭ୍ୟାସ ଭାବରେ ଗ୍ରହଣ କରିବା ନିମନ୍ତେ ଅନୁରୋଧ କରିଥିଲେ।

ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ ମନଜିତ ସିଂହ ସାନସନୱାଲ, ଅନ୍ୟାନ୍ୟ ରେଳ ଅଧିକାରୀ ଏବଂ କର୍ମଚାରୀମାନେ ମଧ୍ୟ ସ୍ୱେଚ୍ଛାକୃତ ଭାବରେ ଶ୍ରମଦାନ କରିଥିଲେ।

“ସ୍ୱଚ୍ଛତା ହିଁ ସେବା – ୨୦୨୫” ଅନ୍ତର୍ଗତ ଶ୍ରମଦାନ ହେଉଛି ସ୍ୱଚ୍ଛ ଭାରତ ଅଭିଯାନର ବୃହତ୍ତର ଜାତୀୟ ମିଶନ ସହିତ ସଂଲଗ୍ନ ଏକ ସ୍ୱଚ୍ଛ ରେଳ ଇକୋସିଷ୍ଟମ ପ୍ରତି ସମ୍ବଲପୁର ମଣ୍ଡଳର ପ୍ରତିବଦ୍ଧତାର ଏକ ପ୍ରମାଣ। ୧୭ ସେପ୍ଟେମ୍ବରରୁ ୧୫ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଅଭିଯାନ ଅବଧିରେ ମଣ୍ଡଳର ବିଭିନ୍ନ ସ୍ଥାନରେ ସମାନ କାର୍ଯ୍ୟକଳାପ ଜାରି ରହିବ।