ବାଲେଶ୍ଵରରେ ଲାଗିଲା ରାତ୍ରୀକାଳୀନ କର୍ଫ୍ୟୁ

ବନ୍ଦ ରହିବ ଦୋକାନ, ବଜାର

ବାଲେଶ୍ଵର, ୬/୧୦: କଟକ ପରେ ବାଲେଶ୍ଵରରେ ଲାଗିଲା କର୍ଫ୍ୟୁ। ବାଲେଶ୍ଵରରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି କରାଯାଇଛି। ବାଲେଶ୍ୱର ସହରରେ ରାତି ୧୦ରୁ ସକାଳ ୬ଟା ଯାଏଁ କର୍ଫ୍ୟୁ ଲାଗୁ କରାଯାଇଛି। ଏହି ସମୟ ମଧ୍ୟରେ ଦୋକାନ, ବଜାର ବନ୍ଦ ରହିବ ଏବଂ କେହି ବାହାରକୁ ବାହାରି ପାରିବେ ନାହିଁ। ଆସନ୍ତା ୨୧ ତାରିଖ ଯାଏଁ କଟକଣା ଜାରି ରଖିବାକୁ ନିଷ୍ପତ୍ତି ହୋଇଛି। ଆଇନ୍ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। କର୍ଫ୍ୟୁକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ପ୍ରଶାସନ ଗୁରୁତ୍ୱ ଦେଉଛି।