ଏସୀୟ ଟେବୁଲ ଟେନିସ୍ ଦଳ ଚାମ୍ପିଅନସିପ୍ ୨୦୨୫ ଶୁଭାରମ୍ଭ

ଉଦଘାଟନ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର, ୧୧/୧୦: ବହୁ ପ୍ରତୀକ୍ଷିତ ITTF-ATTU ୨୮ତମ ଏସୀୟ ଟେବୁଲ ଟେନିସ୍ ଦଳ ଚାମ୍ପିଅନସିପ୍ ୨୦୨୫ ଆଜି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମର ଆଥଲେଟିକ୍ସ କେନ୍ଦ୍ରରେ ଆରମ୍ଭ ହୋଇଛି। ଉଦଘାଟନୀ ଉତ୍ସବରେ ମାନ୍ୟବର କ୍ରୀଡା ଏବଂ ଯୁବ ସେବା, ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇ ଚାମ୍ପିଅନସିପ୍ ଉଦଘାଟନ କରିଥିଲେ।

କ୍ରୀଡା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଶ୍ୱସ୍ତରୀୟ କ୍ରୀଡା କ୍ଷେତ୍ରରେ ରାଜ୍ୟର ବର୍ଦ୍ଧିତ ପ୍ରମୁଖତାକୁ ଉଜାଗର କରି ଓଡ଼ିଶା ଅନ୍ତର୍ଜାତୀୟ ଚାମ୍ପିଅନସିପ୍ ଆୟୋଜନ କରୁଥିବାରୁ ଗର୍ବ ପ୍ରକାଶ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଚାମ୍ପିଅନସିପ୍ ଓଡ଼ିଶାରେ ଅନୁଷ୍ଠିତ ହେଉଥିବାରୁ ଏହା ଓଡ଼ିଶା ପାଇଁ ଅତ୍ୟନ୍ତ ଖୁସିର ବିଷୟ ଏବଂ ଆମେ ଏହି ଚାମ୍ପିଅନସିପ୍ ରେ ଅଂଶଗ୍ରହଣ କରୁଥିବା ସମସ୍ତ ୨୨ଟି ଦେଶର ଖେଳାଳିଙ୍କୁ ସ୍ୱାଗତ କରୁଛୁ।

ଏହି ଉତ୍ସବରେ ବିଶିଷ୍ଟ ଅତିଥି ଯେପରିକି ATTUର କାର୍ଯ୍ୟକାରୀ ଆଞ୍ଚଳିକ ଉପାଧ୍ୟକ୍ଷ ଏବଂ କମନୱେଲ୍ଥ ଟେବୁଲ ଟେନିସ୍ ଫେଡେରେସନର ସଭାପତି ଶେଖା ହାୟାତ ଅଲ୍ ଖଲିଫା; ଭାରତୀୟ ଟେବୁଲ ଟେନିସ୍ ଫେଡେରେସନର ସଭାପତି ଶ୍ରୀ ଦୁଷ୍ୟନ୍ତ ଚୌତାଲା; ମେଘନା ଅହଲାୱତ; କ୍ରୀଡା ଏବଂ ଯୁବ ସେବା ବିଭାଗ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ, ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଏବଂ ଭାରତର ଟେବୁଲ ଟେନିସ୍ କିମ୍ବଦନ୍ତୀ, ଶ୍ରୀଯୁକ୍ତ ଏ. ଶରତ କମଲ ପ୍ରମୁଖ ଯୋଗ ଦେଇଥିଲେ।

ଚାମ୍ପିଅନସିପରେ ପୁରୁଷ ଏବଂ ମହିଳା ଉଭୟ ବର୍ଗରେ ରୋମାଞ୍ଚକର ମ୍ୟାଚ୍ ଖେଳାଯିବ। ସକାଳ ସେସନରେ, ଶ୍ରୀଲଙ୍କା, କିର୍ଗିଜସ୍ତାନ, ମଙ୍ଗୋଲିଆ, ମାଳଦ୍ୱୀପ, ଉଜବେକିସ୍ତାନ, ଓମାନ, ଡିପିଆର କୋରିଆ, ମାକାଉ ଚୀନ୍, ଥାଇଲ୍ୟାଣ୍ଡ, ବାଂଲାଦେଶ, କତାର ଏବଂ ନେପାଳ ସମେତ ୧୨ଟି ଦଳ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍‌ରେ ଅଂଶଗ୍ରହଣ କରିବେ।