କୋଲକାତା, ୧୨/୧୦: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ୩ ଅଭିଯୁକ୍ତକୁ ଗିରଫ କଲା ଦୁର୍ଗାପୁର ଥାନା ପୋଲିସ। ଏହି ଘଟଣାରେ ଅନ୍ୟ ୨ ଅଭିଯୁକ୍ତ ଫେରାର୍ ଥିବା ସୂଚନା ମିଳିଛି। ଅଭିଯୁକ୍ତମାନଙ୍କ ମୋବାଇଲ ଲୋକେସନ ଟ୍ରାକ୍ କରି ସେମାନଙ୍କୁ ଧରିଛି ଦୁର୍ଗାପୁର ପୋଲିସ। ସେମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି। ଘଟଣାସ୍ଥଳରେ ତଦନ୍ତକାରୀ ଟିମ୍ ପହଞ୍ଚି ଅଧିକ ଛାନଭିନ କରୁଛି।
ଅନ୍ୟପଟେ ପୀଡ଼ିତାଙ୍କ ବାପାଙ୍କ ସହିତ ଫୋନ୍ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସମବେଦନା ଜଣାଇବା ସହ ସହାୟତା ପ୍ରଦାନ ପାଇଁ ଦେଲେ ପ୍ରତିଶ୍ରୁତି ଦେଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୁକ୍ତମାନଙ୍କୁ କଠୋର ତମ ଦଣ୍ଡ ଦେବା ପାଇଁ ଦାବି ରଖାଯାଇଛି। ଦୁର୍ଗାପୁର ପୋଲିସ ସହ ଯୋଗାଯୋଗରେ ଅଛନ୍ତି ବାଲେଶ୍ଵର ଏସ୍ପି। ପୀଡ଼ିତାଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେହିପରି ପୀଡ଼ିତାଙ୍କ ବାପା କହିଛନ୍ତି, ଝିଅର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି। ହସ୍ପିଟାଲରେ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବା ପରେ ଝିଅର ସ୍ୱାସ୍ଥ୍ୟବସ୍ଥାରେ ବର୍ତ୍ତମାନ ସୁଧାର ଆସିଛି।