ଗଳାକାଟି ମୃତଦେହ ଫିଙ୍ଗିଦେଲେ ଦୃର୍ବୁତ୍ତ

ପରିଚୟ ଅସ୍ପଷ୍ଟ, ପୋଲିସର ଛାନଭିନ ଆରମ୍ଭ

ବରଗଡ଼, ୧୨/୧୦: ବରଗଡ଼ ଅତାବିରାରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ରାଜ ରାସ୍ତା କଡ଼ରେ ପଡ଼ିରହିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ ଗୋଡଭଗା ସତୀଜୋର୍ ପାଖରେ ବ୍ୟକ୍ତିଙ୍କ ଗଳା କାଟି ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ଘଟଣା ସ୍ଥଳରେ ଅତାବିରା ଓ ଗୋଡଭଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରିନାହିଁ। କିଏ ଓ କାହିଁକି ହତ୍ୟା କଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।