ରାଉରକେଲା, ୧୩/୧୦: ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ରାଉରକେଲା ସମ୍ମୁଖରେ ପ୍ରଧାନମନ୍ତ୍ରୀ ଜନଔଷଧି ବା ଲୋକଙ୍କ ଔଷଧାଳୟ ମହାସମାରୋହରେ ଉଦ୍ଘାଟିତ ହୋଇଛି । ଏଥିରେ ଭାରତ ସରକାରଙ୍କର ଆଦୀବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଜୁଏଲ ଓରାମ୍, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଉପସ୍ଥିତ ରହି ଏହି ଭବ୍ୟ ସମାରୋହକୁ ଉଦ୍ଘାଟନ କରିବା ଅବସରରେ କହିଥିଲେ ଯେ, ଔଷଧ ପ୍ରତିଟି ରୋଗୀ ପାଇଁ ସହଜ, ସୁଲଭ ଏବଂ ସଠିକ୍ ସମୟରେ ପହିଁବା ନିହାତି ଆବଶ୍ୟକ ଥିବାବେଳେ ରାଉରକେଲାରେ ଏହି ଅଭାବ ଦୂର ହେବାକୁ ଯାଉଛି । ହାଇଟେକ୍ ମେଡିକାଲ କଲେଜର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ ଉପସ୍ଥିତ ରହି ରୋଗୀମାନଙ୍କର ପ୍ରଥମ ଆବଶ୍ୟକତା ପୂରଣ କରିବା ଦିଗରେ ଏହି ଔଷଧାଳୟ କାର୍ଯ୍ୟ କରିବବୋଲି ଆହ୍ୱାନ ଦେଇଥିଲେ ।