ପୁରୀ, ୧୪/୧୦: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ସୂଚନା। ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ୍ ଫୋନ୍। କୌଣସି ପୋଲିସ କିମ୍ବା ସେବାୟତ ବି ନେଇ ପାରିବେନି ମୋବାଇଲ୍। ଆଗକୁ ୱାକିଟକି ବ୍ୟବସ୍ଥା ହେବ କହିଲେ ସୁରକ୍ଷା ସବକମିଟି ମୁଖ୍ୟ।
ଆଜି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବସିଥିଲା ସବ୍ କମିଟି ବୈଠକ। ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ହୋଇଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ଡାକ୍ତର ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ। ବୈଠକ ପରେ ସୁରକ୍ଷା ସବକମିଟି ମୁଖ୍ୟ ଗିରୀଶ ଚନ୍ଦ୍ର ମୁର୍ମୁ ଏହି ସୂଚନା ଦେଇଛନ୍ତି।
ଗିରୀଶ କହିଛନ୍ତି, “ଶ୍ରୀମନ୍ଦିର ଭିତର ଓ ବାହାର ସୁରକ୍ଷା ନେଇ ଆଲୋଚନା ହୋଇଛି। କେତେକ ଜିନିଷ ନିଜକୁ କରିବାକୁ ହେବ, ଆଉ କିଛି ସରକାର କରିବେ। କାହାକୁ ହଇରାଣ କରିବାକୁ ନୁହେଁ, ଶ୍ରୀମନ୍ଦିର ସୁରକ୍ଷା ପାଇଁ ହେବ। ଅନ୍ୟ ମନ୍ଦିରର ସୁରକ୍ଷା ଅନୁଧ୍ୟାନ କରି ନିଷ୍ପତ୍ତି ନେବୁ” ବୋଲି ଗିରୀଶ ମୁର୍ମୁ କହିଛନ୍ତି।