ଭୁବନେଶ୍ଵର, ୧୪/୧୦: ରାସ କାର୍ଡରେ ଚାଉଳ ଯୋଗାଣକୁ ନେଇ ବଡ଼ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି, eKYC କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ ଯୋଗାଣ। ଏବେବି ରାଜ୍ୟର ୧୫ ଲକ୍ଷ ୬୭ ହଜାର e-KYC କରିନାହାନ୍ତି। e-KYC କରିନଥିବା ଲୋକ ଚାଉଳ ପାଉଛନ୍ତି, ତାକୁ ବନ୍ଦ କରିଦିଆଯିବ। ଯେଉଁମାନେ e-KYC କରିବେ ନାହିଁ, ସେମାନଙ୍କ ପାଇଁ ଚାଉଳ ଯିବ ନାହିଁ। କେନ୍ଦ୍ର ସରକାର e-KYC ବନ୍ଦ କରିଛନ୍ତି, ସମୟ ବଢ଼େଇଲେ ଆମେ ବଢ଼େଇବୁ। ବାଦ୍ ପଡ଼ିଥିବା ହିତାଧିକାରୀ ଲିଖିତ ଭାବେ ଦେଲେ ବିଚାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
Prev Post
Next Post