ବ୍ରହ୍ମପୁର, ୧୭/୧୦: ପୋଲିସ୍ SI ପରୀକ୍ଷା କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ମୁଖ୍ୟ କାର୍ପଟଦାର। ଏହି ଘଟଣାରେ ମୁଖ୍ୟ ଦଲାଲ ମୁନା ମହାନ୍ତି ଗିରଫ। ମୁନା ମହାନ୍ତିଙ୍କୁ ନୟାଗଡ଼ର ଦଶପଲ୍ଲା ନିକଟରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ମୁନାଙ୍କ ସହ ତାଙ୍କର ଘନିଷ୍ଠ ସହଯୋଗୀ ସୁକାନ୍ତ ମହାରଣା ଓରଫ୍ ରିଙ୍କୁ ସମେତ ମୋଟ ୩ ଜଣଙ୍କୁ ଗିରଫ କରି ବ୍ରହ୍ମପୁର ନେଇଛି କ୍ରାଇମବ୍ରାଞ୍ଚ୍।
ମୁନା ପୂର୍ବରୁ ଦଶପଲ୍ଲାର ଏକ ଫାର୍ମ ହାଉସ୍ରେ ଲୁଚିଥିବା ସୂଚନା ପାଇ କ୍ରାଇମବ୍ରାଞ୍ଚ ଯାଇଥିଲା। କିନ୍ତୁ କ୍ରାଇମବ୍ରାଞ୍ଚ ଚଢ଼ାଉ ପୂର୍ବରୁ ସେ ଚମ୍ପଟ ମାରିଥିଲେ। ଏହା ପରେ ତାଙ୍କୁ ଦଶପଲ୍ଲା ନିକଟରୁ ଗିରଫ କରାଯାଇଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ।
ତେବେ ଏହି ଘଟଣାର ମୁଖ୍ୟ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଏବେ ବି ଫେରାର ଅଛି। ଶଙ୍କର ପୃଷ୍ଟିର ପତ୍ତା ପାଉନି କ୍ରାଇମବ୍ରାଞ୍ଚ।
ଏହି ମାମଲାରେ ପୂର୍ବରୁ ୧୧୯ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସୁନା ମହାନ୍ତିଙ୍କ ୧୨୦ରେ ପହଞ୍ଚିଛି ଗିରଫଦାରୀ ସଂଖ୍ୟା। ୧୧୩ ଜଣ ଜାମିନ ଆବେଦନ କରିଛନ୍ତି।
ପ୍ରତି ପରୀକ୍ଷାର୍ଥୀଙ୍କଠାରୁ ଏମାନେ ୨୫ ଲକ୍ଷ୍ୟ ଡିଲ୍ କରିଥିଲେ। ଅଗ୍ରୀମ ଆକାରରେ ୫ରୁ ୧୦ ଲକ୍ଷ ଟଙ୍କା ନେଇଥିଲେ। ଗତ ୧ ତାରିଖଠାରୁ ଏହି ଘଟଣା ଜଣା ପଡ଼ିବା ପରେ ଉଭୟଙ୍କୁ ଖୋଜୁଥିଲା କ୍ରାଇମବ୍ରାଞ୍ଚ।