ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ବଡ଼ ସୂଚନା

ଏଇ ଦିନଠୁ ଆରମ୍ଭ ହେବ ପରୀକ୍ଷା

ଭୁବନେଶ୍ଵର, ୧୭/୧୦: ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ବଡ଼ ସୂଚନା। ଫେବ୍ରୁଆରୀ ୧୫ରୁ ୨୫ ଭିତରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ଏହି ସମୟ ମଧ୍ୟରେ ଯେକୌଣସି ତାରିଖରେ ଆରମ୍ଭ ହେବ ପରୀକ୍ଷା। ଏନେଇ ସୂଚନା ଦେଇଛନ୍ତି CHSE ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡ଼ା।

CHSE ପରୀକ୍ଷା ନିୟନ୍ତ୍ରକ କହିଛନ୍ତି, ଡିସେମ୍ବର ୧୫ ତାରିଖ ସୁଦ୍ଧା ଆଡମିଟ୍ କାର୍ଡ ମିଳିବ। ଇଣ୍ଟରନାଲ ପରୀକ୍ଷା ଡିସେମ୍ବର ୨୨ରୁ ୩୧ ଯାଏଁ ହେବ। ଜାନୁଆରୀ ୨ରୁ ୧୫ ଯାଏଁ ହେବ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା

ପରୀକ୍ଷାକୁ ସୂଚାରୁରୂପେ କରିବା ପାଇଁ ନଭେମ୍ବର ୨୯ ସୁଦ୍ଧା ପରୀକ୍ଷା ସେଣ୍ଟରରେ ଲାଗିବ ସିସିଟିଭି କ୍ୟାମେରା। ଏଥର ମୋଟ୍ ୧୩୪୯ ସେଣ୍ଟରରେ ହେବ ଯୁକ୍ତ ଦୁଇ ପରୀକ୍ଷା।