ରାଜଧାନୀରେ ଲୋମହର୍ଷଣକାରୀ କାଣ୍ଡ: ନାବାଳିକାଙ୍କୁ ଦୁଷ୍କର୍ମ

ଗୁରୁତର ଅବସ୍ଥାରେ ଉଦ୍ଧାର, ଆଇସିୟୁରେ ଚିକିତ୍ସାଧୀନ

ଭୁବନେଶ୍ୱର, ୧୮/୧୦: ପୁଣି ଦୁଷ୍କର୍ମ ଅଭିଯୋଗ। କ୍ୟାପିଟାଲ୍ ଥାନା ଅଧୀନ ଅଶୋକ ନଗରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ଆସିଛି।

ଏ ନେଇ କ୍ୟାପିଟାଲ୍ ହସ୍ପିଟାଲ୍ ଡାକ୍ତରଙ୍କ ରିପୋର୍ଟ ଆଧାରରେ ମାମଲା ରୁଜୁ ହୋଇଛି। ଏବେ କ୍ୟାପିଟାଲ୍ ହସ୍ପିଟାଲ୍ ଆଇସିୟୁରେ ପୀଡ଼ିତା ଚିକିତ୍ସାଧୀନ ଅଛନ୍ତି।

ନାବାଳିକା ଜଣକ ରକ୍ତାକ୍ତ ଅବସ୍ଥାରେ କ୍ୟାପିଟାଲ୍ ହସ୍ପିଟାଲ୍ ଯାଇଥିଲେ। ସନ୍ଦେହରେ କ୍ୟାପିଟାଲ୍ ହସ୍ପିଟାଲ୍ ଫାଣ୍ଡି ପୋଲିସକୁ ଜଣାଇଥିଲେ ଡାକ୍ତର। ମାମଲା ରୁଜୁ କରି ତଦନ୍ତ କରୁଛି କ୍ୟାପିଟାଲ୍ ଥାନା ପୋଲିସ୍। ତଦନ୍ତ ପରେ ମାମଲା ସ୍ପଷ୍ଟ ହେବ। ତେବେ ପୀଡ଼ିତାଙ୍କ ଘର ବିହାର ହୋଇଥିବା ବେଳେ ଗତ କାଲି ରାତିରେ ଜଣେ ଅଟୋ ଡ୍ରାଇଭରର ପୋଲିସକୁ ଫୋନ୍ କରି ଏ ବିଷୟରେ ଜଣାଇଥିଲେ।