ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ନାମାଙ୍କନ

ଖଡ଼ିଆଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାର୍ଥୀପତ୍ର ଦାଖଲ

ନୂଆପଡ଼ା, ୧୮/୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡା, ମନ୍ତ୍ରୀ ରବି ନାରାୟଣ ନାଏକ, ମନ୍ତ୍ରୀ ରାମ ଚନ୍ଦ୍ର ଖୁଣ୍ଟିଆ, ବହୁ ବିଧାୟକ, ଜିଲ୍ଲା ସଭାପତି କମଲେସ କୁମାର ଦୀକ୍ଷିତ ନିଜ ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ସମେତ ହଜାର ହଜାର କର୍ମୀଙ୍କ ସହ ଖରୀଆର ରୋଡ ଠାରୁ ଏକ ଶୋଭାଯାତ୍ରାରେ ନୂଆପଡ଼ାଠାରେ ରିଟର୍ଣ୍ଣିଂ ଅଧିକାରୀ ଉପଜିଲ୍ଲାପାଳ ସୁରମୀ ସୋରେନଙ୍କ ପାଖରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।