କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ନାମାଙ୍କନ ଦାଖଲ

ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ପ୍ରାର୍ଥୀ ପତ୍ର ଦାଖଲ

ନୂଆପଡ଼ା, ୧୮/୧୦: ନୂଆପଡ଼ା ଉପ ନିର୍ବାଚନ ପାଇଁ ପି ସି ସି ସଭାପତି ଭକ୍ତ ଚରଣ ଦାସ ନିଜ ଦଳୀୟ ପ୍ରାର୍ଥୀ ଘାସିରାମ ମାଝୀ ଓ ବହୁ କଂଗ୍ରେସ ନେତା ସମେତ ଅନେକ କଂଗ୍ରେସ କର୍ମୀଙ୍କ ସହିତ ଶୋଭାଯାତ୍ରା କରି ନୂଆପଡ଼ା ସହର ପରିକ୍ରମା କରି ରିଟର୍ଣ୍ଣିଂ ଅଫିସର ସୂରମି ସୋରେନଙ୍କ ପାଖରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।