‘ମିସେସ୍ ହାପିଲି ସିଙ୍ଗଲ୍’ ପୁସ୍ତକର ଆଲୋଚନାଚକ୍ର ଅନୁଷ୍ଠିତ
ଶୋଭା ଶର୍ମାଙ୍କ ଲିଖିତ ପୁସ୍ତକରେ ନାରୀର ଜୀବନଗାଥା ଉପରେ ବର୍ଣ୍ଣନା
ଭୁବନେଶ୍ଵର, ୧୯/୧୦: ବରିଷ୍ଠ ପ୍ରଶାସିକା ତଥା ଲେଖିକା, ଶ୍ରୀମତୀ ଶୁଭା ଶର୍ମାଙ୍କ ଦ୍ବାରା ଲିଖିତ ପୁସ୍ତକ ‘ମିସେସ୍ ହାପିଲି ସିଙ୍ଗଲ୍’ ପୁସ୍ତକର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଗତ କାଲି ଭୁବନେଶ୍ୱରର ଗୀତା ଗୋବିନ୍ଦ ସଦନରେ ପୁସ୍ତକ ଆଲୋଚନା ହୋଇଯାଇଛି।
ଏହି ଆଲୋଚନାଚକ୍ରରେ ପ୍ରତିଷ୍ଠିତ ଲେଖକ ତଥା ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତରୁଣକାନ୍ତି ମିଶ୍ର, ଧରିତ୍ରୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦ୍ୟାଶା ଶତପଥୀ, ସୁଲେଖକ ସତ୍ୟ ମିଶ୍ର, ଓଡିଶା ସାହିତ୍ୟ ଏକାଡେମୀର ସଚିବ ଡ. ଚନ୍ଦ୍ରଶେଖର ହୋତା ପ୍ରମୂଖ ଅତିଥି ଭାବେ ଯୋଗ ଦେଇ ପୁସ୍ତକକୁ ଲୋକାର୍ପଣ ସହ ଆଲଛଚନାରେ ଅଂଶଗ୍ରହଣ କରିଥିଲେ।
ଏହି ଉପନ୍ୟାସରେ ଗୋଟିଏ ନାରୀର ଜୀବନଗାଥା ଉପରେ ବର୍ଣ୍ଣନା କରାହାଇଛି। ଏହି ଉପନ୍ୟାସରେ ନାରୀତ୍ବର ସ୍ବୀକୃତି ଓ ଆତ୍ମସମ୍ମାନକୁ ବର୍ଣ୍ଣନା କରାଯାଇଛି।