ସୋମବାର ସ୍କୁଲ, କଲେଜ ଛୁଟି

ଦୀପାବଳି ପାଇଁ ଅତିରିକ୍ତ ଛୁଟି

ଭୁବନେଶ୍ଵର, ୧୮/୧୦: ଆସନ୍ତା ସୋମବାର ଦୀପାବଳି ଉପଲକ୍ଷେ ଶିକ୍ଷାନୁଷ୍ଠାନଗୁଡିକୁ ଛୁଟି ଘୋଷଣା କରାଯାଇଛି। ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। କଲେଜ ଓ ବିଶ୍ଵବିଦ୍ୟାଳୟ ଛୁଟି ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ସୂଚନା। ସେହିପରି ଗଣଶିକ୍ଷା ବିଭାଗ ସୋମବାର ସ୍କୁଲ୍ ଛୁଟି ନେଇ ଘୋଷଣା କରିଛି। ଦୀପାବଳି ପାଇଁ ଅତିରିକ୍ତ ଛୁଟି ଭାବେ ଘୋଷଣା କରାଯାଇଛି। ଅନ୍ୟପଟେ ସରକାରୀ କାର୍ଯ୍ୟାଳୟ ବି ସୋମବାର ଛୁଟି ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।