ଭୁବନେଶ୍ଵର, ୧୯/୧୦: ବାର୍ଷିକ ୧୮ ହଜାର ଟଙ୍କାରୁ ଅଧିକ ବୃତ୍ତି ପାଉଥିଲେ ମିଳିବନି ସୁଭଦ୍ରା ଠଙ୍କା। ଏ ନେଇ ଉଚ୍ଚ ଶିକ୍ଷା ଓ ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ବିଭାଗ ସଚିବଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଚିଠି। କେନ୍ଦ୍ର ଓ ରାଜ୍ୟ ଠାରୁ ୧୮ ହଜାରରୁ ଅଧିକ ଆର୍ଥିକ ସହାୟତା ପାଉଥିଲେ ‘ସୁଭଦ୍ରା’ରୁ ବାଦ୍ ପଡ଼ିବେ।
ନିୟମ ଅନୁଯାୟୀ, ସୁଭଦ୍ରା ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କ ବୟସ ୨୧ ବର୍ଷ କିମ୍ବା ତା’ଠାରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ। ଏଥିସହ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ଯୋଜନା ଅଧୀନରେ ବାର୍ଷିକ ୧୮ ହଜାର ଟଙ୍କା କିମ୍ବା ତା’ଠାରୁ ଅଧିକ ଆର୍ଥିକ ସହାୟତା ପାଉଥିଲେ ଅଯୋଗ୍ୟ ଘୋଷିତ ହେବେ।