ସିନ୍ଧ, ୧୯/୧୦: ପାକିସ୍ତାନରେ ହିନ୍ଦୁ ବିରୋଧୀ ନିର୍ଯାତନା ଓ ମହିଳା/ଯୁବତୀ/ନାବାଳିକାଙ୍କ ଉପରେ ହେଉଥିବା ଅତ୍ୟାଚାରର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ପାକିସ୍ତାନରେ ନଅ ଦିନ ଧରି ନିଖୋଜ ଥିବା ଜଣେ ହିନ୍ଦୁ ନାବାଳିକା ଏବେ ଇସଲାମ ଧର୍ମ ଗ୍ରହଣ କରିଛନ୍ତି। ଏହା ସହ ଜଣେ ଡ୍ରଗ୍ସ ବ୍ୟବସାୟୀଙ୍କୁ ବିବାହ କରିଛନ୍ତି। ଏପରିକି ଉକ୍ତ ବ୍ୟକ୍ତିଙ୍କର ସାତଟି ପିଲା ମଧ୍ୟ ଅଛି। ସେ ଜଣେ ବହୁତ ଧନୀ ମୁସଲମାନ।
ଏ ଘଟଣା ଘଟଣା ଘଟିଛି ପାକିସ୍ତାନର ସିନ୍ଧ ପ୍ରଦେଶରେ। ବାଦିନ ଜିଲ୍ଲାର କୋରୱାହ ସହରରେ ରହୁଥିବା ଉକ୍ତ ନାବାଳିକା ଜଣକ ଜନ୍ମରୁ ବଧିର ଏବଂ ମୂକ। ବୟସ ମାତ୍ର ୧୫ ବର୍ଷ। ସେ ଗତ ଗୋଟିଏ ସପ୍ତାହ ଧରି ନିଖୋଜ ଥିଲେ। ତାଙ୍କ ପରିବାର ସ୍ଥାନୀୟ ପୋଲିସରେ ଏକ ଅପହରଣ ମାମଲା ଦାୟର କରିଥିଲେ। ଏବେ ସେ ହଠାତ୍ ଗଣମାଧ୍ୟମରେ ସାମନାକୁ ଆସିଛନ୍ତି।
ନିଖୋଜ ନାବାଳିକା ଜଣକ ଶନିବାର ଦିନ ବାଦିନ ପ୍ରେସ୍ କ୍ଲବରେ ତାଙ୍କ ସ୍ୱାମୀଙ୍କ ସହ ହଠାତ୍ ଗଣମାଧ୍ୟମ ସମ୍ମୁଖରେ ଉପସ୍ଥିତ ହୋଇଥିଲେ, ଯେଉଁଠାରେ ତାଙ୍କ ବିବାହ ଏବଂ ଧର୍ମାନ୍ତରୀକରଣ ପ୍ରମାଣପତ୍ର ସହିତ ତାଙ୍କର ଫଟୋ ଉଠାଯାଇଥିଲା। ଏ ମାମଲା ଜଣା ପଡ଼ିବା ପରେ ନାବାଳିକାଙ୍କ ବାପା କୋର୍ଟର ଦ୍ବାରସ୍ଥ ହୋଇଛନ୍ତି।