କାମାକ୍ଷାନଗର, ୧୯/୧୦: ଝିଅକୁ ଅସଦାଚରଣ କରିବାରୁ ଯୁବକକୁ ପିଟି ପିଟି ମାରିଦେଲେ ବାପା। ହତ୍ୟା ପରେ ପୋଲିସ ନିକଟରେ ଆସି ଆତ୍ମସମର୍ପଣ କଲେ। ଏଭଳି ଏକ ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲାରେ।
ମିଳିଥିବା ସୂଚନା ଅନୁସାରେ, ପରଜଙ୍ଗ ଥାନା ଅନ୍ତର୍ଗତ ଆଖୁଆପାଳ ପଞ୍ଚାୟତ ମୋହନପଶି ଗାଁର ଜଣେ ବ୍ୟକ୍ତିଙ୍କ ଝିଅକୁ ଜଣେ ଯୁବକ ଜଣେ ଯୁବକ ଅସଦାଚରଣ କରିବାରୁ ସେ ଉକ୍ତ ଯୁବକଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ମୃତ ଯୁବକ ହେଲେ ଦଦରାଘାଟି ଫାଣ୍ଡି ଆଖୁଆପାଳ ପଞ୍ଚାୟତ ୧ ନଂ କଲୋନୀର। ଏହା ପରେ ଉକ୍ତ ବ୍ୟକ୍ତି ଜଣକ ଦଦରାଘାଟି ଫାଣ୍ଡିରେ ଆତ୍ମସମର୍ପଣ କରିଛନ୍ତି। ଅନ୍ୟପଟେ ମୃତକଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ୧୦ ଜଣ ମିଶି ସଂଘବଦ୍ଧ ହତ୍ୟା କରିଛନ୍ତି। ଦଦରାଘାଟି ଫାଣ୍ଡି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଛି।