ଭୁବନେଶ୍ଵର, ୨୩/୧୦: ଝାରପଡ଼ା ଜେଲ୍ରୁ ବାହାରିଲେ କର୍ପୋରେଟର ଅମରେଶ ଜେନା। ହାଇକୋର୍ଟରୁ ଜାମିନ ମିଳିବା ପରେ ୩ ମାସ ପରେ ଜେଲ୍ରୁ ବାହାରିଲେ। ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିଲେ। ଜେଲରୁ ବାହାରିବା ବେଳେ ତାଙ୍କ ସମର୍ଥକ ମାନେ ତାଙ୍କୁ ପାଛୋଟି ନେଇଥିଲେ। ଏ ସମୟରେ ଅମରେଶ ପ୍ରତିକ୍ରିୟା ରଖି କହିଛନ୍ତି, “ସାମାଜିକ ଓ ରାଜନୈତିକ ହତ୍ୟା ପାଇଁ ଷଡ଼ଯନ୍ତ୍ର ହୋଇଥିଲା। ନ୍ୟାୟଳୟ ଉପରେ ମୋର ପୂରା ଭରସା ଅଛି, ନ୍ୟାୟ ପାଇବି।”