ପୀତବାସ ହତ୍ୟାକାଣ୍ଡର ଆଉ ଜଣେ ଅଭିଯୁକ୍ତର ଆତ୍ମସମର୍ପଣ

ବୈଦ୍ୟନାଥପୁର ଥାନାରେ ଅଭିଯୁକ୍ତର ଆତ୍ମସମର୍ପଣ

ବ୍ରହ୍ମପୁର, ୨୩/୧୦: ପୀତବାସ ପଣ୍ଡା ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ସୁଦର୍ଶନ ଜେନା ଆଜି ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଆତ୍ମସମର୍ପଣ କରିଛନ୍ତି।

ସେ ଫେରାର ଥିବା ତିନି ଅଭିଯୁକ୍ତଙ୍କ ମଧ୍ୟରେ ଥିଲେ। ସୁଦର୍ଶନ ଜେନା ପୂର୍ବତନ ବ୍ରହ୍ମପୁର ବିଧାୟକ ଏବଂ ବିଜେଡିର ଗଞ୍ଜାମ ଜିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କ ସହଯୋଗୀ, ଯିଏ ଏହି ମାମଲାରେ ଜଣେ ଅଭିଯୁକ୍ତ।

ହତ୍ୟା ମାମଲାରେ ଗତକାଲି ପୋଲିସ ବିକ୍ରମ ପଣ୍ଡାଙ୍କ ସମେତ ୧୨ ଜଣଙ୍କୁ ଗିରଫ କରିଥିଲା।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ୬ ତାରିଖ ରାତିରେ ପୀତବାସ ପଣ୍ଡାଙ୍କୁ ସାର୍ପ ସୁଟର ଲଗାଇ ହତ୍ୟା କରିଥିଲେ ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସ। ଦୀର୍ଘ ଦିନ ଧରି ଲୁଚକାଳି ଖେଳ ଖେଳିବା ପରେ ପୋଲିସ ବିକ୍ରମ ପଣ୍ଡାଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ ୧୨ ଜଣଙ୍କୁ ଗିରଫ କରିଥିଲା ବ୍ରହ୍ମପୁର ପୋଲିସ।