ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର

ମିଳିବ ଅତିରିକ୍ତ ଚାଉଳ

ଭୁବନେଶ୍ଵର, ୨୪/୧୦: ରାସନ କାର୍ଡ ହିତାଧାରୀମାନଙ୍କୁ ମିଳିବ ଅତିରିକ୍ତ ଚାଉଳ। କାର୍ଡ ପିଛା ଅଧିକ ୫ କେଜି ଚାଉଳ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ରାସନ କାର୍ଡଧାରୀଙ୍କୁ ମାସିକ ଅଧିକ ୫ କେଜି ଚାଉଳ ବଣ୍ଟନ କରାଯିବ। ଏ ନେଇ ଯୋଗାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି।

୧୯ ଟି ଜିଲ୍ଲା ଯେପରିକି ଅନୁଗୁଳ, ବାଲେଶ୍ୱର, ବରଗଡ଼, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, କଳାହାଣ୍ଡି, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡରେ କାର୍ଯ୍ୟକାରୀ ହେବ।