ଭୁବନେଶ୍ଵର, ୨୮/୧୦: ସ୍ଥଳଭାଗର ନିକଟତର ହେଉଛି ବାତ୍ୟା ‘ମୋନ୍ଥା’। ଘଣ୍ଟା ପ୍ରତି ୧୭ କିମି ବେଗରେ ଗତି କରି ନିକଟତର ହେଉଛି। ମଛଲିପଟନମ ଠାରୁ ୧୯୦, କାକିନାଡ଼ା ଠାରୁ ୨୭୦ କିମି ଦୂରରେ ଏବଂ ଗୋପାଳପୁର ଠାରୁ ୫୫୦ କିମି ଦୂରରେ ରହିଛି ‘ମୋନ୍ଥା’।
ଆଜି ସଂଧ୍ୟା କିମ୍ବା ରାତିରେ ସ୍ଥଳଭାଗ ଛୁଇଁବ ‘ମୋନ୍ଥା’। ଆନ୍ଧ୍ର ଉପକୂଳ କାକିନାଡ଼ା ଦେଇ ଅତିକ୍ରମ କରିବ। ଲ୍ୟାଣ୍ଡଫଲ୍ ବେଳେ ପବନର ସର୍ବାଧିକ ବେଗ ୧୧୦ କିମି ରହିବ।
ସେପଟେ ମୋନ୍ଥା ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି। ଗଞ୍ଜାମର ପାତ୍ରପୁରରେ ସର୍ବାଧିକ ୧୧୭ ମିମି, ଗଜପତିର ଗୋଷାଣିରେ ୧୧୫ ମିମି, ଗଜପତିର ମୋହନାରେ ୧୧୨ ମିମି, ଭୁବନେଶ୍ବରରେ ୧୮ ମିମି ଓ କଟକରେ ୧୨ ମିମି ବର୍ଷା ରେକର୍ଡ଼ ହୋଇଛି।