ଏସ୍ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ: ୧୧୪ ପରୀକ୍ଷାର୍ଥୀଙ୍କୁ ଜାମିନ

୯ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

ବ୍ରହ୍ମପୁର, ୨୯/୧୦: ଓଡ଼ିଶା ସବ-ଇନ୍ସପେକ୍ଟର (SI) ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ଘଟଣାରେ ବ୍ରହ୍ମପୁର ଭିଜିଲାନ୍ସ କୋର୍ଟ ଗିରଫ ହୋଇଥିବା ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ଏପର୍ଯ୍ୟନ୍ତ ଗିରଫ ହୋଇଥିବା ୧୨୩ ଜଣଙ୍କ ମଧ୍ୟରୁ ୧୧୪ ଜଣ ପରୀକ୍ଷାର୍ଥୀ ଥିଲେ। କୋର୍ଟ ପ୍ରତ୍ୟେକଙ୍କୁ ୫୦,୦୦୦ ଟଙ୍କାର ଟଙ୍କା ଏବଂ ଦୁଇଜଣ ଜାମିନଦାରଙ୍କ ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି।

ଶୁଣାଣି ସମୟରେ ୪୦ରୁ ଅଧିକ ଓକିଲ ପରୀକ୍ଷାର୍ଥୀଙ୍କ ପାଇଁ ଲଢିଥିଲେ ଥିଲେ ଏବଂ ସେମାନଙ୍କ ପକ୍ଷରୁ ଜାମିନ ଆବେଦନ ଦାଖଲ କରିଥିଲେ।

ତେବେ କୋର୍ଟ ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତି ସମେତ ନଅ ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି।

ଉଲ୍ଲେଖନୀୟ ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାକୁ CBIକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରୁଥିଲା।