ବଲାଙ୍ଗୀର, ୨୯/୧୦: ପୁଣି ଭିଜିଲାନ୍ସ ଜାଲରେ ଫସିଲେ ଅଧିକାରୀ। ୨୭ ଅକ୍ଟୋବରରୁ ୨ ନଭେମ୍ବର ଯାଏଁ ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ ହେଉଥିବା ବେଳେ ଏହି ସପ୍ତାହରେ ହିଁ ଜଣକ ପରେ ଜଣେ ଅଧିକାରୀ କିନ୍ତୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ୁଛନ୍ତି। ଗତ କାଲି ଜଣେ ପୋଲିସ ଏସଆଇ ଧରା ପଡ଼ିଥିବା ବେଳେ ଆଜି ଆଉ ଜଣେ ଅଧିକାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି।
ବାଣିଜ୍ୟକର ଅଧିକାରୀ ଉମାକାନ୍ତ ମହାକୁଡ଼ଙ୍କୁ ଭିଜିଲାନ୍ସ ରେଡ୍ ହ୍ୟାଣ୍ଡ ଧରିଛି। CTGST ବାଣିଜ୍ୟକର ଅଧିକାରୀ ଉମାକାନ୍ତ ମହାକୁଡ଼ ଲାଞ୍ଚ ନେଇ ଧରାପଡ଼ିଲେ। ୧୨ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ। ତାଙ୍କ ଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯିବା ସହ ତଦନ୍ତ କରିଯାଉଛି।