ସଂଘର ଶ୍ରୀବିଜୟା ଦଶମୀ ଉତ୍ସବରେ ୬୨,୫୫୫ଟି ସ୍ଥାନରେ କାର୍ଯ୍ୟକ୍ରମ

ସମାଜର ସବୁ ବର୍ଗର ଲୋକଙ୍କ ସହଭାଗିତା ବେଶ ଉତ୍ସାହପ୍ରଦ: ଦତ୍ତାତ୍ରେୟ ହୋସବାଲେ

ଜବଲପୁର /ଭୁବନେଶ୍ୱର, ୦୨/୧୧: ମଧ୍ୟପ୍ରଦେଶ କଚନାର ସହରରେ ଅନୁଷ୍ଠିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକ ଶେଷ ଦିନର ଏକ ସାମ୍ବାଦିକ ସମ୍ମିଳନୀରେ ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ ସଂଘର ଶତାବ୍ଦୀ ବର୍ଷ ପାଳନ ପାଇଁ ସାରା ଦେଶରେ ଆୟୋଜିତ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଛନ୍ତି ।

ସେ କହିଛନ୍ତି ଯେ,ଦେଶବ୍ୟାପୀ ବିଜୟାଦଶମୀ ପାଳନର ତଥ୍ୟ ସଂଘ କାର୍ଯ୍ୟର ବ୍ୟାପକତାକୁ ଦର୍ଶାଏ । ଭାରତ ବର୍ଷର ଗ୍ରାମାଞ୍ଚଳରେ ୫୯,୩୪୩ ମଣ୍ଡଳ ମଧ୍ୟରୁ ୩୭,୨୫୦ଟି ମଣ୍ଡଳରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଅନ୍ୟ ଆଖପାଖ ମଣ୍ଡଳର କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଭାଗନେଇ ଥିଲେ । ଏହିପରି ୫୦,୦୯୬ଟି ମଣ୍ଡଳ ପ୍ରତିନିଧିତ୍ୱ କରିଥିଲେ । ଭାରତ ବର୍ଷର ସହରାଞ୍ଚଳରେ ୪୪,୬୮୬ଟି ବସତି (୧୦,୦୦୦ ଜନସଂଖ୍ୟ ଥିବା ଅଞ୍ଚଳ ହେଉଛି ଗୋଟିଏ ବସତି)ମଧ୍ୟରୁ ୪୦,୨୨୦ଟି ପ୍ରତିନିଧିତ୍ୱ କରିଥିଲେ । ଏହା ବ୍ୟତୀତ ୬,୭୦୦ ବିଜୟାଦଶମୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ମୋଟ ୬୨,୫୫୫ଟି ସ୍ଥାନରେ ବିଜୟାଦଶମୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୮୦ ପ୍ରତିଶତ କାର୍ଯ୍ୟକ୍ରମ ବିଜୟାଦଶମୀରେ ହିଁ ଅନୁଷ୍ଠିତ ହୋଇଥିଲା; କିଛି ସ୍ଥାନରେ ସ୍ଥାନୀୟ ପରିସ୍ଥିତି ଯୋଗୁଁ କାର୍ଯ୍ୟକ୍ରମଗୁଡ଼ିକ ପରେ କିମ୍ବା ପୂର୍ବରୁ ଅନୁଷ୍ଠିତ ହୋଇଥିଲା ।

ଦେଶବ୍ୟାପୀ ୩୨,୪୫,୧୪୧ ଜଣ ସ୍ୱୟଂସେବକ ଗଣବେଶ ପିନ୍ଧି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପଥ ସଞ୍ଚଳନ କାର୍ଯ୍ୟକ୍ରମ ସବୁଠି ଅନୁଷ୍ଠିତ ହୋଇନଥିଲା । ସାରା ଦେଶର ୨୫,୦୦୦ ସ୍ଥାନରେ ପଥ ସଞ୍ଚଳନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୨୫,୪୫,୮୦୦ ସ୍ୱୟଂସେବକ ଗଣବେଶ ପିନ୍ଧି ଅଂଶଗ୍ରହଣ କରିଥିଲେ । ସଂଘର କାର୍ଯ୍ୟକ୍ଷେତ୍ର ବିସ୍ତାର ହୋଇଛି । ଆଣ୍ଡାମାନ, ଲଦାଖ, ଅରୁଣାଚଳ ପ୍ରଦେଶ, ମେଘାଳୟ, ନାଗାଲାଣ୍ଡ ତଥା ଦେଶର ସବୁପ୍ରାନ୍ତରେ ସଂଘର ସ୍ୱୟଂସେବକମାନେ ମଧ୍ୟ ଗଣବେଶ ପିନ୍ଧି ପଥ ସଞ୍ଚଳନ କରିଥିଲେ । ଏଥିରେ ସମାଜର ସବୁ ବର୍ଗର ଲୋକଙ୍କ ସହଭାଗିତା ବେଶ ଉତ୍ସାହପ୍ରଦ ।

ଗତ ବର୍ଷ ଅକ୍ଟୋବରରେ ଅନୁଷ୍ଠିତ ବୈଠକ ପରଠାରୁ ବର୍ଷକ ମଧ୍ୟରେ ୧୦,୦୦୦ ନୂତନ ସ୍ଥାନରେ ସଂଘର କାର୍ଯ୍ୟ ଆରମ୍ଭ ହୋଇଛି । ବର୍ତ୍ତମାନ ଶାଖାର ସଂଖ୍ୟା ୮୭,୩୯୮ ବୃଦ୍ଧିପାଇଛି, ଯାହା ଗତ ବର୍ଷ ତୁଳନାରେ ୧୫,୦୦୦ ଅଧିକ । ଏହା ସହିତ ୩୨,୩୬୨ ସାପ୍ତାହିକ ମିଳନ ଅନୁଷ୍ଠିତ ହେଉଛି । ଶାଖା ଓ ମିଳନର ସ୍ଥାନ ମିଶି ମୋଟ ୧,୧୯,୭୬୦ ରେ ପହଞ୍ଚିଛି । ଗତ କିଛି ବର୍ଷ ମଧ୍ୟରେ ବିଶେଷ ପ୍ରୟାସ ଯୋଗୁଁ ଜନଜାତି କ୍ଷେତ୍ର ତଥା ଶ୍ରମିକ, ଚାଷୀ, ଛାତ୍ର, ବ୍ୟବସାୟୀ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ କାର୍ଯ୍ୟ ବିସ୍ତାରିତ ହୋଇଛି ।

ନଭେମ୍ବର ୨୪ ତାରିଖ ଦିନ ଶିଖ ପନ୍ଥର ନବମ ଗୁରୁ ଶ୍ରୀ ଗୁରୁ ତେଗ ବାହାଦୁରଙ୍କ ଶହୀଦ ହେବାର ୩୫୦ତମ ପୂଣ୍ୟତିଥି ପାଳନ କରାଯିବ । ଜନଜାତି କ୍ଷେତ୍ରର ଜନନାୟକ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ମଧ୍ୟ ପାଳନ କରାଯିବ ଏବଂ ରାଷ୍ଟ୍ରଗୀତ “ବନ୍ଦେ ମାତରମ୍‌’ର ମଧ୍ୟ ୧୫୦ତମ ବର୍ଷ ପାଳନ କରାଯିବ । ତେଣୁ ନିଜ ନିଜ ଆସ୍ଥାର କେନ୍ଦ୍ର ଛଡା ସମାଜର ସବୁ ବର୍ଗର ଲୋକମାନେ ଏହାକୁ ପାଳନ କରିବାକୁ ଶ୍ରୀ ହୋସବାଲେ ଆହ୍ୱାନ କରିଛନ୍ତି ।