ରୁଚି କମ୍ପାନୀ ପ୍ରତିଷ୍ଠାତାଙ୍କ ବିୟୋଗରେ ଭାରତ ମସଲାର ଗଭୀର ଶୋକ ପ୍ରକାଶ

ଶରତ ସାହୁଙ୍କ ଉପଦେଶ ଆମକୁ ସର୍ବଦା ଉତ୍ସାହିତ କରେ: ଭାରତ ମସଲା ପରିଚାଳନା ନିର୍ଦ୍ଦେଶକ

କଟକ, ୦୨/୧୧: ଓଡ଼ିଶାର ଅଗ୍ରଣୀ ମସଲା କମ୍ପାନୀ ‘ରୁଚି ମସଲା’ର ପ୍ରତିଷ୍ଠାତା ଶରତ କୁମାର ସାହୁଙ୍କର ପରଲୋକ ଘଟିଛି। ଗତ କିଛି ମାସ ଧରି ସେ କ୍ୟାନସର ରୋଗରେ ପୀଡ଼ିତ ଥିଲେ। ୭୪ ବର୍ଷ ବୟସରେ ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଶରତ ସାହୁଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛି ଭାରତ ମସଲା। ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ ପଣ୍ଡା କହିଛନ୍ତି, “ସାରଙ୍କ ମୃତ୍ୟୁ ଖବର ଶୁଣି ମୁଁ ସ୍ତବ୍ଧ ହୋଇ ଯାଇଥିଲି। ସେ ଥିଲେ ଓଡିଶା ଶିଳ୍ପ ଜଗତର ଜଣେ ଉଜ୍ଜଳ ତାରକା। ଓଡିଶା ଶିଳ୍ପ ଇଣ୍ଡଷ୍ଟ୍ରିରେ ଆଜି ଯେଉଁ ଶୁନ୍ୟସ୍ଥାନ ସୃଷ୍ଟି ହେଲା ତାହା ପୁରଣ ଆଉ ସମ୍ଭବ ନୁହେଁ। ସାରଙ୍କ ସ‌ହ ମିଶିବାର ସୁଯୋଗ ମତେ ଅନେକଥର ମିଳିଛି। ମସଲା ଉତ୍ପାଦନ କ୍ଷେତ୍ରରେ ରୁଚି ଓ ଭାରତ ମସଲା ଭିତରେ ବଜାରରେ ପ୍ରତିଦ୍ବନ୍ଦିତା ଲାଗି ରହିଥିଲେ ହେଁ ଶରତ ସାର ଓ ମୋ ଭିତରେ କିନ୍ତୁ ନଥିଲା ଭେଦଭାବର ସଂଜ୍ଞା। ସେ ମତେ ବ୍ୟବସାୟ କ୍ଷେତ୍ରରେ ତିଷ୍ଠି ରହିବାକୁ କିଭଳି ଧୈର୍ଯ୍ୟର ସାହାରା ନେବାକୁ ପଡେ ପ୍ରତ୍ୟେକ ଆଲୋଚନା ବେଳେ ଉପଦେଶ ଦେଇ ଆସୁଥିଲେ। ଆଜି ତାଙ୍କ କମ୍ପାନୀ ଅଛି ଆମ କମ୍ପାନୀ ବି ଅଛି କିନ୍ତୁ ନାହାନ୍ତି ଶରତ ସାର। ହେଲେ ମୁରବୀ ହୋଇ ସେ ସିନା ଆଉ ମତେ, ଉପଦେଶ ଦେଇ ପାରିବେନି ତାଙ୍କର ଅଦୃଶ୍ୟ ଉପଦେଶ ଆମକୁ ଉତ୍ସାହିତ କରୁଥିଲା ଆଗକୁ ମଧ୍ୟ କରୁଥିବ। ସାରଙ୍କ ଏହି ଅସମୟ ମୃତ୍ୟୁରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଛଡା ମୋ ପାଖରେ ଆଉ କିଛିବି ଚାରା ନାହିଁ। ପବିତ୍ର ଆତ୍ମାର ସଦଗତି କାମନା କରିବା ସହ ପରିବାର ବର୍ଗଙ୍କୁ ଅଦୃଶ୍ୟ ଶକ୍ତି ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ।”