ଭିଜିଲାନ୍ସ ଜାଲରେ DSSO

ଡିଜିଟାଲ ମୋଡ୍‌ରେ ନେଉଥିଲେ ଲାଞ୍ଚ

କେନ୍ଦୁଝର, ୦୬/୧୧: ଲାଞ୍ଚ ନେଇ ଗୋଟିଏ ପରେ ଗୋଟିଏ ଅଧିକାରୀ ଭିଜିଲାନ୍ସ ହାତରେ ଧରା ପଡୁଥିଲେ ବି ସୁଧୁରୁ ନାହାନ୍ତି ସରକାରୀ କର୍ମଚାରୀ। ପ୍ରତିଦିନ ଲାଞ୍ଚ ନେଇ ଧରା ପଡ଼ୁଛନ୍ତି। ଆଜି ପୁଣି ଏକ ସରକାରୀ କର୍ମଚାରୀ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। କେନ୍ଦୁଝର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି।

ଏହା ପରେ ଲାଞ୍ଚୁଆ DSSO ବିପ୍ଲବ କେଶରୀ ସାମନ୍ତରାୟଙ୍କୁ ଗିରଫ କରିଛି ଭିଜିଲାନ୍ସ। NGO ଠାରୁ ୨୦ହଜାର ଲାଞ୍ଚ ନେବା ବେଳେ ଧରା ପଡ଼ିଥିଲେ। ଡିଜିଟାଲ ମୋଡ୍‌ରେ ଲାଞ୍ଚ ନେଲା ବେଳେ କାବୁ କରିଥିଲା ଭିଜିଲାନ୍ସ ଟିମ୍‌। ଗିରଫଦାରୀ ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ସହ ଜଡ଼ିତ ୩ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ