ନୂଆପଡ଼ା ଉପନିର୍ବାଚନ: କଂଗ୍ରେସର ଇସ୍ତାହାର ଉନ୍ମୋଚିତ

ବର୍ଷ ବର୍ଷ ଧରି ନୂଆପଡ଼ାକୁ ଅବହେଳା କରୁଛନ୍ତି ବିଜେଡ଼ି ଓ ବିଜେପି: କଂଗ୍ରେସ

ନୂଆପଡ଼ା, ୦୬/୧୧: ନୂଆପଡା ଉପନିର୍ବାଚନ ପାଇଁ ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ତାର ଇସ୍ତାହାର ପ୍ରକାଶ ପାଇଛି। ନୂଆପଡାର ଖୁଣ୍ଟିଆ ଭବନରେ ଅନୁଷ୍ଠିତ ଏକ ସମାରୋହରେ ଏହି ଇସ୍ତାହାର ଉନ୍ମୋଚିତ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ। ଏହି ସମାରୋହରେ ସାଂସଦ ସପ୍ତଗିରି ଉଲାକା, କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ଓପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଜୟଦେବ ଜେନା, ଏବଂ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଜିଲ୍ଲାର ବିକାଶ ପାଇଁ ସେମାନେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ସମର୍ଥନ କରିବାକୁ ଭୋଟରମାନଙ୍କୁ ଅନୁରୋଧ କରିଥିଲେ। ଏଥି ସହ ବର୍ଷ ବର୍ଷ ଧରି ନୂଆପଡାକୁ ଅବହେଳା କରୁଥିବା ବିଜେଡି ଏବଂ ବିଜେପି ଉଭୟ ଉପରେ ଅଭିଯୋଗ କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ସାଧାରଣ ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ ହୋଇନାହିଁ ଏବଂ ଦଳର ପ୍ରାର୍ଥୀ ନିର୍ବାଚିତ ହେଲେ ଦୀର୍ଘକାଳୀନ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।