ପାଣ୍ଡରାରେ ୧ ଏକରରୁ ଜବରଦଖଲ ହଟିଲା

ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ପୋଲିସ ଫୋର୍ସ ମୁତୟନ

ଭୁବନେଶ୍ୱର, ୧୩/୧୧: ପାଣ୍ଡରା ମୌଜା ଅନ୍ତର୍ଗତ ପ୍ଲଟ ନମ୍ବର-3891 ଓ 3999 ଥିବା ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରିଛି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)  ପ୍ରାୟ ଏକ ଏକର ଜମିକୁ ଜବରଦଖଲମୁକ୍ତ କରାଯାଇଥିଲା

ମଙ୍ଗଳବାର ଉଚ୍ଛେଦରେ 8ଟି ଟିଣ/ଆଜବେଷ୍ଟସ ଦୋକାନ, 10 ଟି ଆଜବେଷ୍ଟସ ଘର, 8ଟି ଶୌଚାଳୟ, ଗୋଟିଏ ଗେଟ୍, ଗୋଟିଏ ପାଣି ଟାଙ୍କି ଓ ପ୍ରାୟ 200 ଫୁଟ ଲମ୍ବର ପାଚେରୀ ଭାଙ୍ଗି ଦିଆଯାଇଥିଲା  ସମୟ ଅଭାବରୁ ଉଚ୍ଛେଦ ଆଂଶିକ ଭାବରେ କରାଯାଇଥିଲା  ଉଚ୍ଛେଦ ଅଭିଯାନ ସମୟରେ ପ୍ରାୟ 2 ଏକର 780 ଡିସିମିଲରୁ 1ଏକର ସରକାରୀ ଜମି ଜବରଦଖଲମୁକ୍ତ କରାଯାଇଥିଲା  ଉଚ୍ଛେଦ ସମୟରେ ବିଡିଏ ଏନଫୋର୍ସମେଣ୍ଟ ଅଫିସର(ଓଏସଡି) ଦେବରାଜ ସେଠୀ, ଜିଏର ଉପ-ନିର୍ଦ୍ଦେଶକ (ସର୍ଭେ  ଏନଫୋର୍ସମେଣ୍ଟ) ଅମୀୟ କୁମାର ଦାସ , ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଡିଏ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ଟିମ 1, 2, 3, 4, 5 ଏବଂ 6 ଉଚ୍ଛେଦ କରିଥିଲେI ଉଚ୍ଛେଦ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି comisssonerate ପୋଲିସ ତରଫରୁ ଗୋଟିଏ platoon ପୁରୁଷ ପୋଲିସ ଓ ଗୋଟିଏ section ମହିଳା ପୋଲିସ ମୁତୟନ କରାଯାଇଥିଲା।