ପାଣ୍ଡରାରୁ ଦୁଇଦିନ ଧରି ଉଚ୍ଛେଦ ଜାରି

ବେଆଇନ ଭାବେ ମାଡ଼ି ବସିଥିବା ସରକାରୀ ଜମି ଜବରଦଖଲମୁକ୍ତ

ଭୁବନେଶ୍ୱର, ୧୩/୧୧: ପାଣ୍ଡରା ମୌଜାରେ ଥିବା ସରକାରୀ ଜମିରୁ ଉଚ୍ଛେଦ ଜାରି ରହିଛି ଜିଏ ପ୍ଲଟ ନମ୍ବର-3891 ଏବଂ 3999 ଉପରେ ବେଆଇନ ଭାବେ କିଛି ବ୍ଯକ୍ତି ଘର ନିର୍ମାଣ କରି ମାଡ଼ି ବସି ରହିଥିଲେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଦୁଇଦିନ ଧରି ଜବରଦଖଲ ଉଚ୍ଛେଦ କରାଯାଇଥିଲା।

ଆଜି(ବୁଧବାର) ବି ସମୟ ଅଭାବରୁ ଆଂଶିକ ଭାବରେ ଉଚ୍ଛେଦ କରାଯାଇଥିଲା। ଉଚ୍ଛେଦ ସମୟରେ 20 ଟି ଆଜବେଷ୍ଟସ ଘର, 7ଟି ଶୌଚାଳୟ, 5ଟି ପାଣି ଟାଙ୍କି, 3 ଟି ଟିନ୍/ବାଉଁଶ ପଲିଥିନ୍ ସେଡ୍ ଭାଙ୍ଗି ଦିଆଯାଇଥିଲା। ପ୍ରାୟ 0.300 ଡିସିମିଲ୍ ସରକାରୀ ଜମି ଜବରଦଖଲମୁକ୍ତ କରାଯାଇଥିଲା। ଉଚ୍ଛେଦ ବେଳେ ବିଡିଏ ଏନଫୋର୍ସମେଣ୍ଟ(ଓଏସଡି) ଦେବରାଜ ସେଠୀ, ଜଏର ଉପନିର୍ଦ୍ଦେଶକ (ସର୍ଭେ ଓ ଏନଫୋର୍ସମେଣ୍ଟ) ଅମୀୟ କୁମାର ଦାସ, ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି ପ୍ରମୁଖ ଙ୍କ ସହିତ 04 ଗୋଟି Sqds ଉପସ୍ଥିତ ଥିଲେ I ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ 2 section ପୁରୁଷ ଓ ଏକ section ମହିଳା ପୋଲିସ ଥିଲେ I ଆସନ୍ତା କାଲି ଉକ୍ତ ଜାଗାରୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବ I