ବିଧାନସଭାରେ ସମ୍ବିଧାନ ଦିବସ ପାଳନ

ସମ୍ବିଧାନ ପ୍ରସ୍ତାବନା ପାଠ କଲେ ବାଚସ୍ପତି ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର, ୨୬/୧୧: ଆଜି ସାରା ଦେଶରେ ପାଳନ ହେଉଛି ସମ୍ବିଧାନ ଦିବସ। ଓଡ଼ିଶା ବିଧାନସଭାରେ ମଧ୍ୟ ପାଳନ ହୋଇଯାଇଛି ସମ୍ବିଧାନ ଦିବସ। ଏହି ଅବସରରେ ବିଧାନସଭାରେ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟ ବରିଷ୍ଠ ମନ୍ତ୍ରୀ ଓ ବିଧାୟକ ମାନେ ବିଧାନସଭା ପରିସରରେ ସମ୍ବିଧାନ ପ୍ରସ୍ତାବନା ପାଠ କରିଛନ୍ତି।