ନିର୍ମଳ ଷଡଙ୍ଗୀଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ନିର୍ମଳ ଭାଇ ଥିଲେ ସ୍ୱଦେଶୀ ଆନ୍ଦୋଳନର ପ୍ରଖୋର ଯୋଦ୍ଧା: ମନମୋହନ ସାମଲ

ଭୁବନେଶ୍ୱର, ୨୬/୧୧: ସ୍ୱଦେଶୀ ଆନ୍ଦୋଳନର ଜଣେ ପ୍ରଖୋର ଯୋଦ୍ଧା, ଛାତ୍ର ସଂଗଠନ ଏବିଭିପିର ପୂର୍ବତନ ପ୍ରଦେଶ ସଂଗଠନ ମନ୍ତ୍ରୀ ତଥା ସ୍ୱଦେଶୀ ଜାଗରଣ ମଂଚର ପ୍ରଦେଶ ସଂଯୋଜକ ଶ୍ରୀ ନିର୍ମଳ ଷଡଙ୍ଗୀଙ୍କ ଅକାଳ ବିୟୋଗ ଘଟିଛି । ତାଙ୍କ ପରଲୋକରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

ସ୍ୱର୍ଗତଃ ଷଡଙ୍ଗୀ ଜଣେ ସ୍ୱାଧୀନତା ସଂଗ୍ରାମୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମସ୍ଥାନ ପୁରୀ ଜିଲ୍ଲା କାକଟପୁର । ସେ ଜଣେ ସୁସଂଗଠକ, ବନ୍ଧୁବତ୍ସଳ ବ୍ୟକ୍ତି ଭାବରେ ଜନସାଧାରଣଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ । ସ୍ୱଦେଶୀ ଆନ୍ଦୋଳନର ଜଣେ ପ୍ରଖୋର ଯୋଦ୍ଧାଙ୍କୁ ଆମେ ଆଜି ହରାଇଛୁ । ସ୍ୱର୍ଗତଃ ଷଡଙ୍ଗୀଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଏଭଳି ଦୁଃଖଦ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରାର୍ଥନା କରିଛନ୍ତି ।