କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ବୋମାମାଡ଼

ଏନଆଇଏ ଟିମ୍ ପହଞ୍ଚି ତନାଘନା କରୁଛି

ଭୁବନେଶ୍ଵର, ୨୮/୧୧: ଆଜି ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଗାଡ଼କଣସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ମୁଖ୍ୟ ଫାଟକ ବାହାରେ ବୋମା ବିସ୍ଫୋରଣ ହୋଇଛି। ସୂଚନା ମୁତାବକ, ଯଦିଓ ବିସ୍ଫୋରଣରେ କେହି ଆହତ ହୋଇ ନାହାଁନ୍ତି, ତଥାପି ଏହା ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଗେଟ୍ ନମ୍ବର ୩ ରେ ଘଟିଥିବା ଏହି ବିସ୍ଫୋରଣ ପରେ ଦୁର୍ବୃତ୍ତମାନେ ଖସି ଯାଇଥିଲେ।

ମଞ୍ଚେଶ୍ୱର ପୋଲିସ ଦଳ ବର୍ତ୍ତମାନ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ଅପରାଧୀମାନଙ୍କୁ ଚିହ୍ନଟ କରିବା ପାଇଁ ଅଞ୍ଚଳର ଅନେକ ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି। ଆରପିଏଫ ଏବଂ ଏନଆଇଏ ଟିମ୍ ପହଞ୍ଚି ତନାଘନା ଆରମ୍ଭ କରିଛି।