ବିଧାନସଭାରେ ଉଠିଲା କେଭି-୩ ବୋମାମାଡ଼ ପ୍ରସଙ୍ଗ

ଘଟଣାର ସତ୍ୟତା ଜଣାଇବାକୁ ଦାବି

ଭୁବନେଶ୍ଵର, ୨୮/୧୧: ବିଧାନସଭାରେ ଉଠିଲା ଭୁବନେଶ୍ବର କେଭି-୩ ବୋମାମାଡ଼ ପ୍ରସଙ୍ଗ। ଘଟଣାର ସତ୍ୟତା ଜଣାନ୍ତୁ କହିଲେ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ତଥ୍ୟ ସଂଗ୍ରହ କରିବେ ବୋଲି କହିଛନ୍ତି ବାଚସ୍ପତି ସୁରମା ପାଢ଼ୀ।

ସୂଚନାଯୋଗ୍ୟ, ଆଜି ସକାଳ ୮ଟା ସମୟରେ ଭୁବନେଶ୍ୱର ଗାଡକଣ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ଗେଟ୍ ନମ୍ବର ୩ ନିକଟରେ ବୋମା ମାଡ଼ ହୋଇଥିଲା। କିଛି ଦୁର୍ବୃତ୍ତ ବୋମାମାଡ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହା ପରେ ସ୍ଥାନୀୟ ଅଞ୍ଚଳରେ ଓ ବିଦ୍ୟାଳୟରେ ଆତଙ୍କ ଖେଳି ଯାଇଛି। ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆରପିଏଫ, ମଞ୍ଚେଶ୍ୱର ଥାନା ପୋଲିସ ଓ ଏନଆଇଏ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।