ଜଗତସିଂହପୁର, ୨୯/୧୧: ଜଗତସିଂହପୁରର ବିଜେପି ସାଂସଦ ବିଭୁ ତରାଇଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜଗତସିଂହପୁର-କଟକ-ମାଛଗାଁ ରାସ୍ତାର ହାଜିପୁର ଛକରେ ସାଂସଦଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ସାଂସଦଙ୍କ କାରକୁ ପଛରୁ ପିଟିଲା ଆଉ ଏକ କାର୍। ତେବେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବିଭୁ ତରାଇ। କିନ୍ତୁ ଦୁର୍ଘଟଣା ଘଟାଇଥିବା କାର୍ ସହ ଡ୍ରାଇଭର୍ ବିରିଡ଼ି ଥାନାରେ ଅଟକ ଥିବା ସୂଚନା ମିଳିଛି।