ପାରାଦୀପ, ୩୦/୧୧: ପାରାଦୀପ ବନ୍ଦରର ଏକ ଜାହାଜରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। କୋଇଲା ବୋଝେଇ ସମୟରେ ନିଆଁ ଲାଗିଯାଇଛି। ଜୋରରେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ IOB ବର୍ଥରେ ଜାହାଜ MV ଇକୋ କଲୋନେଲ ମନୋର୍ଭିଆରେ ତାପଜ କୋଇଲା ବୋଝେଇ କରାଯାଉଥିଲା। କୋଇଲା ବୋଝେଇ ବେଳେ ଏହି ନିଆଁ ଲାଗି ଯାଇଥିଲା।
ଯାହାପରେ ତୁରନ୍ତ ଅଗ୍ନିଶମ ବାହିନୀ ଏବଂ CISF ବାହିନୀକୁ ଖବର ଦିଆଯାଇଥିଲା। ତୁରନ୍ତ ଉଭୟ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ। ଜାହାଜଟି CQ 2 ବର୍ଥକୁ ସ୍ଥାନାନ୍ତର କରାଯାଇ ସେଥିରୁ କୋଇଲା ସବୁକୁ ଅନଲୋଡ କରାଯାଇଛି।