ହାଇଟେକ୍ ଦନ୍ତ ଚିକିତ୍ସା ମହାବିଦ୍ୟାଳୟରେ ନବାଗତଙ୍କ ସ୍ଵାଗତ

ପାଠ ପଢିବା ସହ ସମାଜର ମଙ୍ଗଳ ନିମନ୍ତେ କାମ କରିବାକୁ ଆହ୍ୱାନ

ଭୁବନେଶ୍ୱର, ୦୩/୧୨: ହାଇଟେକ୍ ଡେଣ୍ଟାଲ୍ କଲେଜ ଓ ହସ୍ପିଟାଲ ଭୁବନେଶ୍ଵରରେ ନବାଗତ ବିଦ୍ୟାର୍ଥୀମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଏସ୍‌ସିବି ଡେଣ୍ଟାଲ କଲେଜ ଓ ହସ୍ପିଟାଲର ଅଧ୍ଯକ୍ଷ ପ୍ରଫେସର ଡ. ପ୍ରଭାସ କୁମାର ମହାନ୍ତି ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ହାଇଟେକ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ଯକ୍ଷ ଡ. ତିରୁପତି ପାଣିଗ୍ରାହୀ ପାଠ ପଢିବା ସହ ସମାଜର ମଙ୍ଗଳ ନିମନ୍ତେ କାମ କରିବାକୁ ଆହ୍ୱାନ ଦେଇଥିଲେ। ହାଇଟେକ୍ ଗ୍ରୁପ୍‌ର ସିଇଓ ତଥା ମ୍ୟାନେଜିଙ୍ଗ ଟ୍ରଷ୍ଟି ସୁରେଶ କୁମାର ପାଣିଗ୍ରାହୀ ପ୍ରମୁଖ ଦନ୍ତ ଚିକିତ୍ସକ ମାନେ ଆଗାମୀ ଦିନରେ ସମାଜର ଏକ ସ୍ଵତନ୍ତ୍ର ଭୂମିକା ନିର୍ବାହ କରନ୍ତୁ ବୋଲି କହିଥିବା ବେଳେ ହାଇଟେକ୍ ଡେଣ୍ଟାଲ୍ କଲେଜ ପ୍ରିନ୍ସିପାଲ ପ୍ରଫେସର ଡ. ସଂଗ୍ରାମ ପାତ୍ର, ଭାଇସ୍-ପ୍ରିନ୍ସିପାଲ ଡ. ସୁବାଷ ଚନ୍ଦ୍ର ନାୟକ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଡ. ଶୁଭ ସୌମ୍ୟ ଡ୍ୟାନି ପରିଚାଳନା କରିଥିଲେ।