ଭାରତୀୟ ଚିକିତ୍ସକ ସଂଘ ଦ୍ୱାରା ସମ୍ମାନିତ ହେବେ ଡାକ୍ତର ବ୍ରଜକିଶୋର ଦାଶ

ଉତ୍କୃଷ୍ଟ ଏବଂ ସ୍ୱତନ୍ତ୍ର ସେବା ପାଇଁ ଏହି ସମ୍ମାନ ପାଇବାରେ ପ୍ରଥମ ଓଡ଼ିଆ

ଭୁବନେଶ୍ୱର, ୦୪/୧୨: ପ୍ରଫେସର ଡାକ୍ତର ବ୍ରଜକିଶୋର ଦାଶ ନିଜର ଉତ୍କୃଷ୍ଟ ଏବଂ ସ୍ୱତନ୍ତ୍ର ସେବା ପାଇଁ ଭାରତୀୟ ଚିକିତ୍ସକ ସଂଘ ଦ୍ୱାରା ପ୍ରଦତ୍ତ “Dr. MG Garg All Time Achievement Award In The Field Of Outstanding And Distinguished Services” ପାଇଁ ମନୋନୀତ ହୋଇଛନ୍ତି। ଡ଼ଃ ଦାଶ ତାଙ୍କର ଉତ୍ସର୍ଗୀକୃତ ସେବା ଓ ସଫଳତା ପାଇଁ ଆଗରୁ ବହୁ ଜାତୀୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

ଏହି ଜାତୀୟ ସମ୍ମାନ ଆସନ୍ତା ୨୭ ତାରିଖରେ ଗୁଜରାଟର ଅହମ୍ମଦାବାଦରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସମ୍ମିଳନୀରେ ଗ୍ରହଣ କରିବାକୁ ଡ଼ଃ ଦାଶଙ୍କୁ ନିମନ୍ତ୍ରଣ କରାଯାଇଛି। ଏଭଳି ଜାତୀୟ ସମ୍ମାନ ପାଇବାରେ ଡ଼ଃ ଦାଶ ପ୍ରଥମ ଓଡ଼ିଆ ଡାକ୍ତର ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ଓ ଅଭିନନ୍ଦନ ଜଣାଯାଉଛି।