ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା

ମାଧ୍ୟମିକ ଶିକ୍ଷା ପରିଷଦରୁ ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା

କଟକ, ୦୫/୧୨: ଫେବ୍ରୁଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦରୁ ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି।

ଫେବ୍ରୁଆରୀ ୧୯ରୁ ମାର୍ଚ୍ଚ ୨ ଯାଏଁ ଚାଲିବ ମାଟ୍ରିକ୍‌ ପରୀକ୍ଷା। ସକାଳ ୯ଟାରୁ ସାଢ଼େ ୧୧ଟା ଯାଏଁ ଚାଲିବ ପରୀକ୍ଷା। ଗଣିତ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଅଧିକ ୧୫ ମିନିଟ୍‌। ଫେବ୍ରୁଆରୀ ୧୯ରେ ମାତୃଭାଷା ପରୀକ୍ଷା, ୨୧ରେ ଇଂରାଜୀ, ୨୨ରେ ଭୋକେସନାଲ(ପ୍ରାକ୍ଟିକାଲ), ୨୩ରେ ସଂସ୍କୃତ/ ହିନ୍ଦୀ, ୨୫ରେ ବିଜ୍ଞାନ ପରୀକ୍ଷା, ୨୭ରେ ସାମାଜିକ ବିଜ୍ଞାନ ଓ ମାର୍ଚ୍ଚ ୨ରେ ଗଣିତ ପରୀକ୍ଷା ହେବ।