ଦିଲ୍ଲୀରୁ ସବୁ ଇଣ୍ଡିଗୋ ବିମାନ ବାତିଲ୍

୭୫୦ରୁ ଅଧିକ ଉଡ଼ାଣ ବାତିଲ, ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ, ୦୫/୧୨: ଆଜି ମଧ୍ୟରାତ୍ରି ଯାଏଁ ଦିଲ୍ଲୀ ଏୟାରପୋର୍ଟରୁ ସବୁ ଇଣ୍ଡିଗୋ ବିମାନ ବାତିଲ୍ କରିଛି ଏୟାରଲାଇନ୍ସ। ଶୁକ୍ରବାର ଦିନ ଇଣ୍ଡିଗୋର କାର୍ଯ୍ୟକ୍ଷମ ଅସ୍ଥିରତାକୁ ତୃତୀୟ ଦିନ ହେଲାଣି। ପ୍ରମୁଖ ବିମାନବନ୍ଦରଗୁଡ଼ିକରେ ଆଜି ଯାଏଁ ୭୫୦ରୁ ଅଧିକ ଉଡ଼ାଣ ବାତିଲ କରାଯାଇଛି। ଗତକାଲି ୫୫୦ ରୁ ଅଧିକ ବାତିଲ କରାଯାଇଥିଲା। ବିମାନ କମ୍ପାନୀ ଆଜି ଦିଲ୍ଲୀ ବିମାନବନ୍ଦରରେ ସମସ୍ତ ୨୩୫ଟି ଉଡ଼ାଣ ବାତିଲ କରିଛି। ଚେନ୍ନାଇ ବିମାନବନ୍ଦରରେ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ କାର୍ଯ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି। ମୁମ୍ବାଇ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ମଧ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇଛି।

ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋ ପାଇଲଟ୍ ଅଭାବ ଯୋଗୁଁ ଏହା ହେଉଥିବା କହିଛି।

ଯାହା ଫଳରେ ଦିଲ୍ଲୀରୁ ଉଡ଼ାଣ ଭରିବାକୁ ଥିବା ଯାତ୍ରୀ ଘଣ୍ଟା ଘଣ୍ଟା ଧରି ହନ୍ତସନ୍ତ ହୋଇଛନ୍ତି। ଆଜି ଉଡ଼ାଣ ଭରିବାକୁ ଥିବା ୭୪, ପହଞ୍ଚିବାକୁ ଥିବା ୪୪ ବିମାନ ବାତିଲ ହୋଇଛି। ଦେଶର ୬୫% ଉଡ଼ାଣ ଇଣ୍ଡିଗୋରେ ହେଉଥିବାରୁ ବିମାନ ଯାତ୍ରୀ ହନ୍ତସନ୍ତ।