ପୁଣି ଜୀବନ ନେଲା ଆମ ବସ୍

ଯୁବକଙ୍କ ଉପରେ ଚଢ଼ିଗଲା

ଭୁବନେଶ୍ବର, ୦୫/୧୨: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟାଇଛି ଆମ ବସ୍। ଆମ ବସ୍ ଧକ୍କାରେ ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ୱରର ବାଣୀବିହାର-ସତ୍‌ସଙ୍ଗ ବିହାର ସମ୍ମୁଖରେ ଜଣେ ଯୁବକଙ୍କ ଉପରେ ମାଡ଼ି ଯାଇଛି ବସ୍। ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକଙ୍କ ଦ୍ବାରା ଆମ ବସ୍ ଅଟକ ରଖା ଯାଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।