ଭୁବନେଶ୍ୱର, ୦୬/୧୨: ଓଡ଼ିଶାରେ ବଢୁଛି ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା। ଏ ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି, “୫ ବର୍ଷରେ ଓଡ଼ିଶାକୁ ଆସିଲେଣି ୧.୩୩ ଲକ୍ଷ ବିଦେଶୀ ପର୍ଯ୍ୟଟକ। ୨୦୨୦ରେ ୧୦ ହଜାର ୨୦୬ ପର୍ଯ୍ୟଟକ ଓଡ଼ିଶା ଆସିଥିଲେ। ୨୦୨୧ ରେ ଆସିଥିଲେ ୨୨୬୯ ବିଦେଶୀ ପର୍ଯ୍ୟଟକ। ୨୦୨୨ରେ ୨୨ ହଜାର ୧୭୨, ୨୦୨୩ରେ ୪୫ ହଜାର ୧୭୩, ୨୦୨୪ରେ ୫୩ ହଜାର ୩୯୨ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି।
ସର୍ବାଧିକ ୪ ହଜାର ୪୨୩ ଜାପାନ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି। ଦ୍ୱିତୀୟରେ ୩ ହାଜର ୮୩୦ ଇଟାଲୀ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି। ଜର୍ମାନୀରୁ ୩୭୨୨, ୟୁକେରୁ ୩୭୧୫, ପ୍ରାନ୍ସରୁ ୩୦୦୮ ପର୍ଯ୍ୟଟକ ଆସିଛନ୍ତି।