ରାଉରକେଲା, ୦୬/୧୨: ନିଜ ଦେହରେ ନିଆଁ ଲଗାଇ ଦେଲେ ଛାତ୍ରୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜିଲ୍ଲାର ରାଜରଙ୍ଗପୁରରେ। ଲାଞ୍ଜିବେର୍ଣ୍ଣାର ବାସିନ୍ଦା ଥିବା ଛାତ୍ରୀଙ୍କ ଦେହରେ ନିଆଁ ଲାଗି ୯୦ ପ୍ରତିଶତ ପୋଡି ଯାଇଛି। ତେଣୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେବେ କେଉଁ କାରଣ ପାଇଁ ନିଆଁ ଲଗାଇଲେ ତାର କାରଣ ଅସ୍ପଷ୍ଟ ରହିଛି।
କେଉଁ କାରଣ ପାଇଁ ଏହା ଘଟିଛି, ତାର ଅନୁଧ୍ୟାନ ଚାଲିଛି କହିଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି। ତେବେ ଛାତ୍ରୀ ଜଣକ ରାଜଗାଙ୍ଗପୁରର ସରସ୍ୱତୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ ତିନିରେ ପଢ଼ୁଥିଲେ। ତାଙ୍କ ପୁରୁଷ ବନ୍ଧୁଙ୍କୁ ଅଟକ ରଖାଯାଇଛି। ଗୁରୁତର ଛାତ୍ରୀଙ୍କୁ ରାଉରକେଲା ଆଇଜିଏଚରେ ଭର୍ତ୍ତି କରାଯାଇଛି। ବର୍ଣ୍ଣ ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି। ଅଧିକ ସୂଚନା ମିଳି ପାରିନାହିଁ।