ସମ୍ବଲପୁର ରେଳ ମଣ୍ଡଳରେ ୮୫ତମ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକ ଆୟୋଜିତ

ବିଭିନ୍ନ ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ୨୦ ଜଣ ରେଳ କର୍ମଚାରୀଙ୍କୁ ପୁରସ୍କୃତ

ସମ୍ବଲପୁର,୧୦/୧୨: ସମ୍ବଲପୁର ରେଳ ମଣ୍ଡଳରେ ୮୫ତମ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକ ଆୟୋଜିତ ହୋଇଯାଇଅଛି। ଏହି ଅବସରରେ ମଣ୍ଡଳ ରେଳ ପ୍ରବନ୍ଧକ, ସମ୍ବଲପୁର, ଶ୍ରୀ ସୁବାଷ ଚନ୍ଦ୍ର ଚୌଧରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଗତି ରିପୋର୍ଟ ସମୀକ୍ଷା କରିଥିଲେ ଏବଂ ହିନ୍ଦୀ ଭାଷାରେ ଦୈନନ୍ଦିନ କାର୍ଯ୍ୟଗୁଡିକୁ ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଅତିରିକ୍ତ ମୁଖ୍ୟ ରାଜଭାଷା ଅଧିକାରୀ ଏବଂ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ, ସମ୍ବଲପୁର, ଶ୍ରୀ ମନଜିତ ସିଂହ ସନସନୱାଲ ଗତ ତ୍ରୈମାସିକରେ ଆୟୋଜିତ ହୋଇଥିବା ରାଜଭାଷା କାର୍ଯ୍ୟକଳାପ ବିଷୟରେ ସଂକ୍ଷିପ୍ତ ସୂଚନା ଦେଇଥିଲେ। ହିନ୍ଦୀ ଭାଷାରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ୨୦ ଜଣ ରେଳ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା। ମୁଖ୍ୟ ଅତିଥି ଶ୍ରୀ ଚୌଧରୀ ସେମାନଙ୍କୁ ନଗଦ ପୁରସ୍କାର ପ୍ରଦାନ କରିଥିଲେ। ମଣ୍ଡଳର ସମସ୍ତ ଶାଖା ଅଧିକାରୀ ବୈଠକରେ ଅଂଶଗ୍ରହଣ କରିଥିଲେ ଏବଂ ଶ୍ରୀ ପ୍ରଣବ କୁମାର, ରାଜଭାଷା ଅଧିକାରୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।