ଦୃଷ୍ଟିବାଧିତ କ୍ରୀଡାବିତ୍ଙ୍କୁ ସାହାଯ୍ୟର ହାତ ବଢାଇଲେ ତିରୁପତି ପାଣିଗ୍ରାହୀ
ବିଭିନ୍ନ କ୍ରୀଡାବିତଙ୍କୁ ଅର୍ଥରାଶି ପୁରସ୍କାର ପ୍ରଦାନ
ଭୁବନେଶ୍ୱର, ୧୦/୧୨: ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ତଥା ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ ଦୃଷ୍ଟିବାଧିତ ମହିଳା ବିଶ୍ୱକପ୍ ବିଜେତାର ଚାରି ଜଣ ପ୍ରତିଯୋଗୀ ଫୁଲ ସୋରେନ୍, ବାସନ୍ତୀ ହାଂସଦା, ଯମୁନା ରାଣୀ ଟୁଡୁ, ପାର୍ବତୀ ମାରାଣ୍ଡି ଏବଂ ଓଡିଶା ଦୃଷ୍ଟିବାଧିତ କ୍ରିକେଟ ଦଳର ସଭାପତି ଏମ୍ଡି ଜାଫର ଇକ୍ବଲ୍ଙ୍କୁ ୨୦,୦୦୦ ଟଙ୍କା ଲେଖାଏଁ ଅର୍ଥିରାଶି ପୁରସ୍କାର ପ୍ରଦାନ କରିବା ସହିତ ଆଗାମୀ ଦିନରେ ହାଇଟେକ୍ ତରଫରୁ ସେମାନଙ୍କୁ ୨୨ ଜଣିଆ ଉଭୟ ବାଳକ ଓ ବାଳିକା କ୍ରୀଡାବିତ୍ଙ୍କୁ ଛାତ୍ରାବାସ ଯୋଗାଇବା ସହ ରହିବା, ଖାଇବା ଏବଂ କ୍ରିକେଟ ଖେଳିବା ପାଇଁ ପଡିଆ ଯୋଗାଇଦେବେ ବୋଲି ଘୋଷଣା କରିଛନ୍ତି । ଏଥିସହ ସେମାନେ କ୍ରୀଡାରୁ ଅବସର ନେବା ପରେ ହାଇଟେକ୍ରେ କର୍ମଯୋଗାଣର ବ୍ୟବସ୍ଥା ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମାସିନ ଅତିଥି ଭାବେ ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରିନ୍ସିପାଲ ପ୍ରଫେସର୍ ଡ. ଦେବାନନ୍ଦ ମହାପାତ୍ର, ଭାଇସ୍-ପ୍ରିନ୍ସିପାଲ ପ୍ରଫେସର୍ ଡ. ଲିସା ଷଡଙ୍ଗୀ, ଡିନ୍ ଓ ନିର୍ଦ୍ଦେଶକ ଏକାଡେମୀ ପ୍ରଫେସର୍ ଡ. ରାଧାମାଧବ ତ୍ରିପାଠୀ, ପ୍ରଫେସର୍ ଡ. ସୁନୀଲ ଅଗ୍ରୱାଲ, ପ୍ରଫେସର୍ ଡ. ଶ୍ରୀକାନ୍ତ ତିୱାରୀ ଉପସ୍ଥିତ ଥିଲେ । ପୂର୍ବରୁ ଦୀର୍ଘ ବର୍ଷ ୂଧରି ସାହାଯ୍ୟ ସହଯୋଗ କରି ଆସୁଥିବାରୁ ଓଡିଶା ଦୃଷ୍ଟିବାଧିତ କ୍ରିକେଟ ଦଳର ସଭାପତି ଏମ୍ଡି ଜାଫର ଇକ୍ବଲ ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।