ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଡଃ ତିରୁପତି ପାଣିଗ୍ରାହୀଙ୍କୁ ଜୀବନବ୍ୟାପୀ ସମ୍ମାନ
‘ଇଟି ଟେକ୍ ଏକ୍ସ ହାଇଅର ଇଡି’ କନ୍କ୍ଳେଭରେ ସମ୍ବର୍ଦ୍ଧିତ
ଭୁବନେଶ୍ୱର, ୧୩/୧୨: ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ତଥା ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀଙ୍କୁ ମିଳିଛି ଜୀବନବ୍ୟାପୀ ସମ୍ମାନ। ତାଙ୍କର ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ଉତ୍ସର୍ଗୀକୃତ ପାଇଁ ଏହି ଜୀବନବ୍ୟାପୀ ସମ୍ମାନ ପ୍ରଦାନ କରାଯାଇଛି।
ହାଇଦ୍ରାବାଦ୍ ସ୍ଥିତ ‘ଇଟି ଟେକ୍ ଏକ୍ସ ହାଇଅର ଇଡି’ କନ୍କ୍ଳେଭରେ ମୁଖ୍ୟ ଅତିଥି ତେଲେଙ୍ଗାନା ଉଚ୍ଚଶିକ୍ଷା ପରିଷଦର ଅଧ୍ୟକ୍ଷ ପ୍ରଫେସର୍ ଭି. ବାଲ୍କିଷ୍ଟ ରେଡ୍ଡୀ, ସମ୍ମାନିତ ଅତିଥ୍ୟ ଆଦିତ୍ୟ ୟୁନିଭରସିଟିର ଚାନ୍ସେଲର ତଥା କାକିନାଡା ପୂର୍ବତନ ବିଧାୟକ ଡ. ଏନ୍. ଶେଷା ରେଡ୍ଡୀ, ନିର୍ଦ୍ଦେଶକ କର୍ପୋରେଟ ଏବଂ ଇଣ୍ଡଷ୍ଟ୍ରି ରିଲେସନ୍ସ ଅମ୍ରିତା ବିଶ୍ଵ ବିଦ୍ୟାପିଠମର ବି.ଆର ବିଶ୍ଵନାଥାଶ୍ରିତ ଚୈତନ୍ୟ ଯୋଗଦାନ କରି ଓଡିଶାରେ ଶିକ୍ଷା ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀଙ୍କୁ ଜୀବନବ୍ୟାପୀ ସମ୍ମାନରେ ସମ୍ବର୍ଦ୍ଧିତ କରିଛନ୍ତି।
କେବଳ ଓଡିଶା ନୁହେଁ ଓଡିଶା ବାହାରେ ମଧ୍ୟ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଡଃ ପାଣିଗ୍ରାହୀଙ୍କର ଅବଦାନକୁ ନେଇ ଉପସ୍ଥିତ ଅତିଥିମାନେ ଭୂୟସୀ ପ୍ରଶଂସା କରିଛନ୍ତି।