ଆଠଗଡ, ୧୪/୧୨(ଦର୍ଶନ ନ୍ୟୁଜ୍): ୨୦୨୫ – ୨୬ ଖରିଫ ଧାନ କ୍ରୟ ପାଇଁ ଆଠଗଡ ପଞ୍ଚାୟତ ସମିତି ସଭାଗୃହ ଠାରେ ଏକ ହୋଖଣ୍ଡ ସ୍ତରୀୟ ପ୍ରଶିକ୍ଷଣ ଶିବିର ଶୁକ୍ରବାର ଅପରାହ୍ନ ରେ ଅନୁଷ୍ଠିତ ହୋଇଥିଲା। ଚଳିତ ଖରିଫ ଋତୁରେ ଧାନ କ୍ରୟ ସମୟରେ କମ୍ପ୍ୟୁଟରିକରଣ ତଥାପି ପାସ ମାଧ୍ୟମରେ କିପରି ଧାନ କ୍ରୟ ପ୍ରକ୍ରିୟା ସମ୍ପାଦନ କରାଯାଇ ପାରିବ, ସାଧାରଣମାନର ଧାନ ସମ୍ବନ୍ଧରେ ସୂଚନା ତଥା ଧାନ ଜମି ଗୁଡ଼ିକର ସର୍ବେକ୍ଷଣ କିଭଳି ନିର୍ଭୁଲଭାବରେ କରାଯାଇପାରିବ ସେ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଉକ୍ତ ଶିବିରରେ ପ୍ରଶିକ୍ଷଣ ନେବାପାଇଁ ଆଠଗଡ ଉପଖଣ୍ଡ ଅନ୍ତର୍ଗତ ସମସ୍ତ ୪ ଗୋଟି ବ୍ଲକ ଆଠଗଡ,ତିଗିରିଆ,ବଡମ୍ବା ଓ ନରସିଂହପୁର ଓ ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ସମସ୍ତ ପ୍ରାଥମିକ କୃଷି ସମବାୟ ସମିତିର କ୍ରୟ ଅଧିକାରୀ ତଥା ସମ୍ପାଦକ ଡି.ଇ.ଓ ଉପସ୍ଥିତ ହୋଇ ତାଲିମ ନେଇଥିଲେ। ଆଠଗଡ ସମବାୟ ସମିତି ସମୂହ ଉପନିବନ୍ଧକ ଯଦୁମଣି ନାୟକ, ଆଠଗଡ ଅତିରିକ୍ତ ଯୋଗାଣ ଅଧିକାରୀ ବିଶ୍ନୁଚରଣ ପରିଡ଼ା, କଟକ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀମତୀ ମଧୁସ୍ମିତା ମହାପାତ୍ର, ଦୀପକ ରଂଜନ ବେହେରା,ଆସିଷ୍ଟାଣ୍ଟ ପ୍ରୋଗ୍ରାମର ଯାମିନି କାନ୍ତ ମହାପାତ୍ର, ନରସିଂହପୁର ନିୟନ୍ତ୍ରିତ ବଜାର କମିଟି ର ସମ୍ପାଦକ ରାମନାରାୟଣ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧାନର କ୍ରୟ ମୂଲ୍ୟ ୩୧୦୦ ଟଙ୍କା ସରକାର ସ୍ଥିର କରିଥିବା ଶିବିର ରେ ସୂଚାଇ ଦିଆଯାଇଥିଲା।ଚଳିତ ମାସ ୨୬ ତାରିଖ ଠାରୁ ବିଭିନ୍ନ ମଣ୍ଡି ମାନଙ୍କରେ ଧାନ କ୍ରୟ ଆରମ୍ଭ କରିବାକୁ ଲକ୍ଷ ରଖାଯାଇଥିବା ଏପର୍ଯ୍ୟନ୍ତ ଚାଷୀ ମାନଙ୍କ ପାଖରେ ଟୋକନ ପହଞ୍ଚିନଥିବା ଜାଣିବାକୁ ମିଳୁଛି।