ଗଞ୍ଜାମ, ୧୪/୧୨: ଗଞ୍ଜାମ ଗୋପାଳପୁରସ୍ଥିତ ସମୁଦ୍ର ବେଳାଭୂମିରେ ତିନିଦିନବ୍ୟାପି ଦକ୍ଷିଣ ଏସିୟ ରାଷ୍ଟ୍ର ସମୂହର ୩୫ତମ ରାଷ୍ଟ୍ରୟ ସମ୍ମିଳନୀ ମହାସମାରୋହରେ ଉଦଯାପିତ ହୋଇଛି। ସେଠାରେ ଭାରତର ୧୮ଟି ରାଜ୍ୟର ଦୁଇ ସହରୁ ଅଧିକ ପ୍ରତିନିଧି ଯୋଗଦେଇ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବାବେଳେ ଓଡିଶାରୁ ନୃତ୍ୟଶାଳା, ସଂସ୍କୃତିକେନ୍ଦ୍ର କଟକର ପ୍ରତିଷ୍ଠାତା ଅଧକ୍ଷ ଅନ୍ତର୍ଜାତୀୟ ଓଡିଶୀ ନୃତ୍ୟଶିଳ୍ପୀ ତଥା ଓଡ଼ିଆ ଭାଷା ସାହିତ୍ୟର ବରିଷ୍ଠ ଅଧ୍ୟାପକ ଡ଼କ୍ଟର ଚିତ୍ତରଞ୍ଜନ ସାହାଣୀଙ୍କ ଆଧ୍ୟାତ୍ମିକ ଭରା ରାମାୟଣ ଓ ମହାଭାରତର କଥାବସ୍ତୁ ସମ୍ବଳିତ ଓଡ଼ିଶୀ ନୃତ୍ୟରେ ବେଳାଭୂମି ପରିସରସ୍ଥ ଶତାଧିକ ଗୋପାଳପୁର ବାସିଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ସାଂସଦ ଡ଼କ୍ଟର ପ୍ରଦୀପ ପାଣିଗ୍ରାହୀ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଡ଼କ୍ଟର ଗୀତାଞ୍ଜଳି ଦାସ ନୃତ୍ୟଶିଳ୍ପୀ ଡ଼କ୍ଟର ଚିତ୍ତରଞ୍ଜନଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ସଭାପତି ଦୀପକ ମାଲବ୍ୟ ସମ୍ପାଦକ ରବିନାରାୟଣ ମହାନ୍ତି ଓ ସମାଜର ସମ୍ପାଦକ ରାଜେନ୍ଦ୍ର କୁମାର ଜେନା ଭୁୟସୀ ପ୍ରଶଂସା କରିଛନ୍ତି।
Prev Post